ପ୍ରଫୁଲ ଯୋଜନାରେ ୩୦ ଦିନରେ ରେକର୍ଡ ଭତ୍ତା ବଣ୍ଟନ,ଭତ୍ତା ପାଇଲେ ୩୮୧୮ ଜଣ

( ଗୋପ / ଜୟନ୍ତ କୁମାର ସେଠୀ ): ପୁରୀ ପ୍ରଫୁଲ ଯୋଜନା ରେ ଲାଭବାନ ହେଇଛନ୍ତି,୩୮୧୮ ଭିନ୍ନକ୍ଷମ ହିତାଧିକାରୀ। ଫନି ବାତ୍ୟା ପରେ ପୁରୀ ଜିଲ୍ଲାର ଭିନ୍ନକ୍ଷମ ମାନଙ୍କୁ ସବୁ କ୍ଷେତ୍ର ରେ ସକ୍ଷମ କରିବା ପାଇଁ ଜିଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଛି ଯୋଜନା ପ୍ରଫୁଲ। ଏହି କ୍ରମରେ ବିଗତ ୩୦ ଦିନ(ସେପ୍ଟେମ୍ବର)ମାସ ରେ ରେକର୍ଡ ଭିତ୍ତିକ ଭତା ବଣ୍ଟନ କରାଯାଇଛି। ପୂର୍ବରୁ ପୁରୀ ଜିଲ୍ଲାରେ କେବଳ ସତର ହଜାର ଦୁଇଶହ ଚୌରାନବେ ଭିନ୍ନକ୍ଷମ ଭତା ପାଉଥିବା ବେଳେ ,କେବଳ ବିଗତ ସେପ୍ଟେମ୍ବହ ମାସରେ ୩୮୧୮ ଦିବ୍ୟାଙ୍ଗ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ତନ୍ମଧ୍ୟରୁ ଅସ୍ତରଙ୍ଗ ବ୍ଲକ ରେ ୧୭୭,ବ୍ରହ୍ମଗିରି ୫୪୪ ଡେଲାଙ୍ଗ ୨୫୯, ଗୋପ,୪୩୮ କାକଟପୁର୨୫୦ କଣାସ ୩୧୫ ,କୃଷ୍ଣପ୍ରସାଦ୧୦୭,ନିମାପଡ଼ା,୫୨୯ ପିପିଲ୍ଲି,୪୧୫ପୁରୀ ସଦର୩୨୮,ସତ୍ୟବାଦୀ ୨୬୮କୋଣାର୍କ ଏନଏସି -୧୬ ,ନିମାପଡା ୨୯,ପିପିଲି ଏନଏସି ୩୧ ଓ ପୁରୀ ମ୍ୟୁନିସିପାଲଟି ରେ ୧୧୨ ଜଣ ଭିନ୍ନକ୍ଷମ ମାନଙ୍କୁ ଭତା ବଂଟନ କରାଯାଇଛି ।ଆଗାମୀ ଏକ ମାସ ମଧ୍ୟରେ ପୁରୀ ଜିଲ୍ଲାରେ ବାକି ରହି ଯାଇଥିବା ୯ ଟି ସ୍ଥାନରେ ଭିନ୍ନକ୍ଷମ ଚିହ୍ନଟ ଶିବିର ଆୟୋଜନ କରି ପ୍ରତ୍ୟକ ଭିନ୍ନକ୍ଷମ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଭତା ବଂଟନ କରାଯିବ ବୋଲି ପୁରୀ ଜିଲାପାଳ ଵଲୱନ୍ତ ସିଙ୍ଗ ଜଣାଇଛନ୍ତି ।