ଗଜପତି /ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ବିଶ୍ୱ ପ୍ରାଣୀ ଦିବସ 2023 ପାଳିତ ହୋଇ ଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଧର୍ମା ନନ୍ଦ ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଶ୍ୱ ପ୍ରାଣୀ ଦିବସର ଅନୁଚିନ୍ତା ସମ୍ପର୍କରେ ଆଲୋକପାତ କରିଥିଲେ। ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାଣୀ ମାନଙ୍କ ମଙ୍ଗଳ ଏବଂ ଜୀବେଦୟା ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଥିଲେ। ବିଭାଗର ସମସ୍ତ ଅଧିକାରୀ, ପ୍ରାଣୀ ଚିକିତ୍ସକ, କର୍ମଚାରୀ ତଥା ଚାଷୀ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏବଂ ରାଜ୍ୟ ଜୀବ ନିଷ୍ଠୁର ତା ଆଇନ ସମ୍ପର୍କରେ ଆଲୋଚନା କରାଯାଇ ଥିଲା। ଛୋଟ ଜୀବ ହେଉ ବା ବଡ଼ ଜୀବ ସମସ୍ତଙ୍କୁ ଭଲ ପାଇବା, ସମସ୍ତଙ୍କ ମଙ୍ଗଳ କାମନା କରିବା, ଶେଷରେ ଡକ୍ଟର ଲିମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।