ଅଚାନକ ଭୁଷୁଡ଼ିଲା ସ୍କୁଲ ଗେଟ୍‌, ଚାଲିଗଲା ୨ ଜୀବନ

ଭୁଶୁଳିଲା ସ୍କୁଲ ଗେଟ୍‌ ଜଣେ ବୃଦ୍ଧ ଓ ନାବାଳକ ମୃତ ।

(ରାଉଲକେଲା) : ଭୁଶୁଳିଲା ସ୍କୁଲ ଗେଟ୍‌ ଜଣେ ବୃଦ୍ଧ ଓ ନାବାଳକ ମୃତ । ହଠାତ୍‌ ଭୁଶୁଡ଼ି ପଡ଼ିଲା ସ୍କୁଲ ଗେଟ୍‌। ଏହା ତଳେ ଚାପି ହୋଇ ଆଖି ବୁଜିଦେଲେ ଜଣେ ବୃଦ୍ଧ ଓ ଜଣେ ନାବାଳକ । ଏପରି ଅଘଟଣ ଗତକାଲି ରାତିରେ ରାଉରକେଲା ସେକ୍ଟର ୯ ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ୍‌ରେ ଘଟିଛି। ପୁଲିସ୍‌ ପହଞ୍ଚି ଘଟଣାର ଛାନଭିନ୍‌ କରୁଛି। ଏହି ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରୁ ନ ଥିବା ବେଳେ ଆଜି ସ୍କୁଲକୁ ଛୁଟି କରି ଦିଆଯାଇଛି।

ମୃତକଦ୍ୱୟ ହେଲେ ସ୍କୁଲର ସିକ୍ୟୁରିଟି ଗାର୍ଡ ୫୮ ବର୍ଷୀୟ ଗାନ୍ଧୀରାମ ରାଉତ ଓ ଅନ୍ୟ ଜଣେ ହେଲେ ୧୬ ବର୍ଷୀୟ ନାବାଳକ ସୁରେଶ ଚୌଧୁରୀ। ଗାନ୍ଧୀରାମ ରାଉତ ପ୍ରାୟ ବର୍ଷେ ହେବ ଉକ୍ତ ସ୍କୁଲରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ସୁରେଶଙ୍କ ଘର ନିକଟରେ ହୋଇଥିବା ବେଳେ ସେ ସେଠାକୁ ନିୟମିତ ଭାବେ ବୁଲାବୁଲି କରିବାକୁ ଯାଇଥାନ୍ତି । ଗତକାଲି ରାତିରେ ସୁରେଶ ସ୍କୁଲକୁ ଯାଇ ଗାନ୍ଧୀରାମଙ୍କ ସହ କଥା ହେଉଥିଲେ। ଉଭୟ ଗେଟ୍‌ ନିକଟରେ ଛିଡ଼ା ହୋଇଥିଲେ। ଏହି ସମୟରେ ହଠାତ୍‌ ଗେଟ୍‌ଟି ଭୁଶୁଡ଼ିବାରୁ ତା’ ତଳେ ଉଭୟ ଚାପି ହୋଇ ଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଆରଜିଏଚ୍‌ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ଗାନ୍ଧୀରାମଙ୍କୁ ମୃତ ଘୋଷଣା କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୁରେଶଙ୍କ ମୃତ୍ୟୁ ହୋଇଛି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।