ରାଜ୍ୟରେ ଦୁର୍ବଳ ମୌସୁମୀ: ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା

ଓଡିଶା: ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିବ । ମୌସୁମୀ ନିମ୍ନଚାପ ରେଖା ତାର ସାଧାରଣ ଅବସ୍ଥାନ ଠାରୁ ଯଥେଷ୍ଟ ଉତ୍ତରରେ ରହିବା ସହ ଆଜି ହିମାଳୟର ପାଦଦେଶ ରେ ଅବସ୍ଥାନ କରୁଛି । ତେଣୁ ମୌସୁମୀ ଦୁର୍ବଳ ରହିଛି ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୦.୪ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୧୨.୧ ମିମି ତୁଳନାରେ ୯୬% କମ୍ ରହିଛି । ୧ ଜୁନ ଠାରୁ ୨୯ ଅଗଷ୍ଟ ପର୍ୟ୍ୟନ୍ତ ୭୮୨.୪ ବର୍ଷା ରେକର୍ଡ କରାଯାଇଛି । ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ବେଳେ ୧୮ ଜିଲ୍ଲାରେ ସ୍ବାଭାବିକ ଓ ଗୋଟିଏ ଜିଲ୍ଲାରେ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି । ଆହୁରି ୩ ଦିନ ମୌସୁମୀର ଦୁର୍ବଳ ସ୍ଥିତି ଜାରି ହରିବା ସହ ବିଶେଷ ବର୍ଷାର ସମ୍ଭାବନା ନାହିଁ । ମୌସୁମୀର ଦୁର୍ବଳ ସ୍ଥିତି ହେତୁ ଅଗଷ୍ଟ ଶେଷ ଯାଏଁ ରାଜ୍ୟରେ କାଁ-ଭାଁ ବର୍ଷା ସମ୍ଭାବନା ରହିଛି ।