ଅପରେସନ ସିନ୍ଦୁରରେ ପାକିସ୍ତାନକୁ ବାୟୁସେନା ମୁଖ୍ୟଙ୍କ ସ୍ପଷ୍ଟ ବାର୍ତ୍ତା…

ଅପରେସନ ସିନ୍ଦୁର ସମୟରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ବଡ ବୟାନ ଦେଇଛନ୍ତି ବାୟୁସେନା ମୁଖ୍ୟ ଅମର ପ୍ରୀତ ସିଂହ । ଭାରତୀୟ ସେନା ଛଅଟି ପାକିସ୍ତାନୀ ବିମାନକୁ ନଷ୍ଠ କରିଥିଲା । ଖସାଇ ଦିଆଯାଇଥିବା ବିମାନ ଗୁଡିକରୁ ପାଞ୍ଚଟି ପାକିସ୍ତାନୀ ଲଢୁଆ ବିମାନ ଏବଂ ଗୋଟିଏ ଗୁପ୍ତଚର ବା ପୁନଃନିରୀକ୍ଷଣ ବିମାନ AWACS ଅର୍ନ୍ତଭୁକ୍ତ ଥିଲା । ଏହି ଅପରେସନ ମାଧ୍ୟମରେ ପାକିସ୍ତାନ କୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛୁ ବୋଲି ବାୟୁସେନା ମୁଖ୍ୟ ତାଙ୍କ ବୟାନରେ କହିଛନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହା ଭାରତୀୟ ବାୟୁସେନାର ପ୍ରଥମ ସରକାରୀ ବିବୃତ୍ତି ଯାହା ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ହୋଇଥିବା କ୍ଷତି ସମ୍ପର୍କରେ କୁହାଯାଇଛି। ବେଙ୍ଗାଲୁରୁରେ ଏକ କାର୍ୟ୍ୟକ୍ରମରେ ଭାଷଣ ଦେଇ ବାୟୁସେନା ମୁଖ୍ୟ ମାର୍ଶାଲ ଏପି ସିଂହ ଝ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ବାୟୁ ଆକ୍ରମଣର କାରଣ ଦର୍ଶାଇଛନ୍ତି। “ଏଗୁଡ଼ିକ ହେଉଛି ଆମେ କରିଥିବା କ୍ଷତିର ପୂର୍ବ ଏବଂ ପରବର୍ତ୍ତୀ ଚିତ୍ର (ବାହୱଲପୁର – ଜୈଶ-ଏ-ମହମ୍ମଦ ମୁଖ୍ୟାଳୟରେ)। ପ୍ରାୟ କୌଣସି ଧ୍ୱଂସାବଶେଷ ବାକି ନାହିଁ। ଆଖପାଖର କୋଠାଗୁଡ଼ିକ ପ୍ରାୟ ସମ୍ପୂର୍ଣ୍ଣ ସୁରକ୍ଷିତ। ଆମ ପାଖରେ କେବଳ ସାଟେଲାଇଟ୍ ଚିତ୍ର ନୁହେଁ ବରଂ ସ୍ଥାନୀୟ ଗଣମାଧ୍ୟମର ଚିତ୍ର ମଧ୍ୟ ଥିଲା ଯାହା ମାଧ୍ୟମରେ ଆମେ ଭିତରର ଚିତ୍ର ପାଇପାରିଲୁ। ଆମେ ଯେଉଁ “ବିଗ୍ ବାର୍ଡ”କୁ ଗୁଳି କରି ଖସାଇ ଦେଇଥିଲୁ ତାହା ସମ୍ଭବତଃ ଏକ AWACS (ଏୟାରବୋର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍) କିମ୍ବା ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ଥିଲା, ଯାହାର ଧ୍ୱଂସ ପାକିସ୍ତାନର ବାୟୁ ଶକ୍ତିକୁ ଏକ ବଡ଼ ଆଘାତ ଦେଇଛି,” ସେ କହିଛନ୍ତି।

ଆତଙ୍କବାଦୀ ଆଡ୍ଡାର ସାଟେଲାଇଟ୍ ଚିତ୍ରଗୁଡ଼ିକ ପ୍ରତି ଇଙ୍ଗିତ କରି ସେ ଏହା କହିଛନ୍ତି। କିଛି ସପ୍ତାହ ପୂର୍ବେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଜବାବରେ, ଯେଉଁଥିରେ ୨୬ ଜଣ ନିରୀହ ଲୋକ ପ୍ରାଣ ହରାଇଥିଲେ। ଭାରତ ମେ ୭ ତାରିଖରେ ଏହାର ସାମରିକ କାର୍ୟ୍ୟାନୁଷ୍ଠାନରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା ଏବଂ ଶହେରୁ ଅଧିକ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲା।