କରୋନା ପ୍ରଭାବ: ଛାଡ଼ପତ୍ର ପାଇଁ ୩୦୦ ଦମ୍ପତ୍ତି ଅପିଲ କରିଛନ୍ତି

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ଚୀନ୍ ଦେଶର ଅନେକ ଅଞ୍ଚଳରେ ଲକ୍-ଡାଉନ୍ ଘୋଷଣା କରାଯାଇଛି । ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରାୟ ଏକ ମାସ ପର୍ୟ୍ୟନ୍ତ ଘର ଭିତରେ ବନ୍ଦୀ ପରି ରହିବାକୁ ପଡ଼ୁଛି । ଲୋକଙ୍କୁ ଜରୁରୀକାଳୀନ କିମ୍ବା ଜରୁରୀ ସମୟରେ ହିଁ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି । ଏହି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚୀନର ସିଚୁଆନ ପ୍ରଦେଶର ବିବାହ ରେଜିଷ୍ଟ୍ରି ଅଧିକାରୀ ଲୁ ସିଜୁନ କହିଛନ୍ତି ଯେ ଫେବୃୟାରୀ ୨୪ ତାରିଖରୁ ୩୦୦ ଦମ୍ପତ୍ତି ଡ଼ାଇର୍ଭସ ପାଇଁ ଅପିଲ କରିଛନ୍ତି ।
ସ୍ଥାନୀୟ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସିଜୁନ କହିଛନ୍ତି ଯେ ଅତୀତ ଅପେକ୍ଷା ଡ଼ାଇଭୋର୍ସ ମାମଲା ଅଧିକ ହୋଇଛି । ସେ କହିଛନ୍ତି ଯୁବକ ମାନେ ଘରେ ବହୁତ ସମୟ ବତାଉଛନ୍ତି । ଛୋଟ ଛୋଟ ପ୍ରସଙ୍ଗକୁ ନେଇ ଘରେ ଦମ୍ପତ୍ତିଙ୍କ ମଧ୍ୟରେ ତୀବ୍ର ବିତର୍କ ହେଉଛି । ପରେ ମେସାନେ ଛାଡ଼ପତ୍ର ପାଇଁ ଅଦାଲତର ଦ୍ୱାରସ୍ଥ ହେଉଛନ୍ତି । ବିବାହ ପଞ୍ଜୀକରଣ କାର୍ଯ୍ୟାଳୟରେ ମଧ୍ୟ ଛାଡ଼ପତ୍ର ପାଇଁ ଆବେଦନ କରୁଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରାୟ ଏକ ମାସ ଧରି ଅଫିସ୍ ବନ୍ଦ ବେହା ପଛରେ ଏହା ଏକ କାରଣ ହୋଇପାରେ ।
ଜଣେ ଅଧିକାରୀ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି ଯେ ଗୋଟିଏ ଦିନରେ ଗୋଟିଏ କାର୍ଯ୍ୟାଳୟରେ ୧୪ ଟି ଡ଼ାଇଭୋର୍ସ ମାମଲା ଆସିଛି । ବତର୍ମାନ ଗୋଟିଏ ଦିନରେ ୧୦ ଟି ମାମଲା ପଞ୍ଜିକରଣ ହେଉଛି ।