ଗାଁ ଅଛି , ହେଲେ ଗ୍ରାମବାସୀ ନାହଁନ୍ତି

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜିକାଲିର ବ୍ୟସ୍ତ ବହୁଳ ଲାଇଭଷ୍ଟାଇଲ ମଧ୍ୟରେ ବେଳେ ବିରକ୍ତ ହୋଇପଡ଼ୁଛି ମଣିଷ । ସହରର କୋଳାହାଳ ମୟ ପରିବେଶ ମଧ୍ୟରୁ ବାହାରି ଏକ ଶାନ୍ତ ବାତାବରଣ ଖୋଜୁଛି ମଣିଷ । ଏଥିପାଇଁ ସେ ଟିକେ ଶାନ୍ତି ପାଇଁ ଗାଁକୁ ଯିବାକୁ ଚାହୁଁଛି । ଗାଁରେ ପୁରାଣ ସ୍ମୃତିକୁ ସାଉଟି ଖୁସି ମିଳିବ । ସେଥିପାଇଁ ସେ ଗାଁକୁ ଧାଇଁ ଯାଉଛି ସେ ।
ହେଲେ ଏମିତି ଗାଁ ରହିଛି, ଯେଉଁଠି କୌଣସି ଲୋକ ବସବାସ କରୁନାହାନ୍ତି। ଆଶ୍ଚର୍ୟ୍ୟ ଲାଗିଲେ ବି ସତ। ଏପରି ଗାଁ ରହିଛି ଇଂଲଣ୍ଡରେ। ଏଠାରେ ଥିବା କୋପହିଲ୍‌ ଡାଉନ୍‌ ନାମକ ଗାଁଟି ଦେଖିବାକୁ ଖୁବ୍‌ ସୁନ୍ଦର। ଏଠାକାର ପରିବେଶ ବେଶ୍‌ ଆକର୍ଷଣୀୟ। କିନ୍ତୁ ଜଣେ ହେଲେ ଲୋକ ଦେଖିବାକୁ ମିଳନ୍ତି ନାହିଁ। ଏହା ପଛରେ ଏକ କାରଣ ମଧ୍ୟ ରହିଛି। ଏହି ଗାଁକୁ ବ୍ରିଟିଶ ଆର୍ମି ଗଢ଼ିଥିଲେ। ଶୀତଳ ଯୁଦ୍ଧ ସମୟରେ ବ୍ରିଟିଶ ସୈନିକମାନେ ମକ୍‌ଡ୍ରିଲ୍‌ ଏବଂ ଅଭ୍ୟାସ ପାଇଁ ଗାଁଟିକୁ ତିଆରି କରିଥିଲେ। ଏହାକୁ ଫିବୁଆ (Fibua) ନାଁ ଦିଆଯାଇଛି।( Fighting in Built up Areas) ଏହି ଗାଁ ଏଥିପାଇଁ ହୋଇଥିଲା ଯେ, ଇରାକ୍‌ ଏବଂ ଆଫଗାନିସ୍ତାନର ସୈନିକମାନଙ୍କ ସହ ତାଲିମ ନେବାର ସୁଯୋଗ ମିଳିବ। ତେଣୁ ଏହି ଗାଁକୁ ଅନ୍ୟ କେହି ପ୍ରବେଶ କରିବା ପାଇଁ ପ୍ରତିବନ୍ଧକ ରହିଛି। ଏଠାରେ କେତେବେଳେ କେମିତି ବ୍ରିଟିଶ ଏୟାରପୋର୍ଟର ଉତ୍ସବ ପାଳନ କରାଯାଏ।