ଆରପାରିରେ ବଲିଉଡର ଲୋକପ୍ରିୟ ଅଭିନେତା ସତୀଶ ଶାହ

ନୂଆଦିଲ୍ଲୀ: ଆରପାରିରେ ବଲିଉଡର ଲୋକପ୍ରିୟ ଅଭିନେତା ସତୀଶ ଶାହ । ୭୪ ବର୍ଷୀୟ ସତୀଶ ଦୀର୍ଘଦିନ ଧରି କିଡ୍‌ନୀଜନିତ ରୋଗରେ ଆକ୍ରାନ୍ତ ଥିଲେ । ୧୦୦ରୁ ଅଧିକ ଫିଲ୍ମରେ ହାସ୍ୟଭିନେତା ଭୂମିକାରେ ନଜର ଆସିଥିଲେ ସତୀଶ । ସରାଭାଇ Vs ସରାଭାଇ ସିରିଏଲ୍‌ ପାଇଁ ଘରେ ଘରେ ପରିଚିତ ଥିଲେ ସତୀଶ । ଆଜି ଦ୍ୱିପହର ୨ଟା ୩୦ ମିନିଟ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସତୀଶ । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ କାର୍ଯ୍ୟ ହେବ ।

‘ସାରାଭାଇ ବନାମ ସାରାଭାଇ’, ‘ଜାନେ ଭି ଦୋ ୟାରୋ’ ଏବଂ ‘ମୈଁ ହୁଁ ନା’ ଭଳି ଅନେକ ଫିଲ୍ମରେ ଅଭିନୟ କରି ସେ ସାରା ଦେଶରେ ଲୋକପ୍ରିୟତା ସାଉଁ’ଟି ଥିଲେ। ୪ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିଅରରେ, ସତୀଶ ଶାହ ଚଳଚ୍ଚିତ୍ର ଏବଂ ଟେଲିଭିଜନରେ ତାଙ୍କର ଜବରଦସ୍ତ ଅଭିନୟରେ ସେ ଏକ ଘରେ ଘରେ ପରିଚିତ ହୋଇପାରିଥିଲେ। ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ‘ଜାନେ ଭି ଦୋ ୟାରୋ’ ଚଳଚ୍ଚିତ୍ରରେ ସେ ଏକାଧିକ ଚରିତ୍ରରେ ନିଖୁଣ ଅଭୀନୟ କରି ଚର୍ଚ୍ଚାରେ ରହିଥିଲେ।

ସେ ଅଭିନୟ କରିଥିବା ଚଳଚ୍ଚିତ୍ର ମଧ୍ୟରେ  ‘ହମ୍ ସାଥ୍-ସାଥ୍ ହେଁ’, ‘ମୈଁ ହୁଁ ନା’, ‘କଲ୍ ହୋ ନା ହୋ’, ‘କଭି ହାନ୍ କଭି ନା’, ‘ଦିଲୱାଲେ ଦୁହ୍ଲନିଆଁ ଲେ ଜାୟେଙ୍ଗେ’ ଏବଂ ‘ଓମ୍ ଶାନ୍ତି ଓମ୍’ ଓ କହୋନା ପ୍ୟାର ହେ ଭଳି ଲୋକପ୍ରିୟ ହିଟ୍ ସିନେମା ରହିଛି।