ମୁମ୍ବାଇ: ଉର୍ଫି ଜାଭେଦଙ୍କ ସୁରକ୍ଷା ପାଇଁ ମହିଳା କମିସନ ମୁମ୍ବାଇ ପୋଲିସ କମିସନରଙ୍କୁ ଚିଠି ଲେଖିଥିଲେ । ବେସ୍ ଜଣାସୁଣା ରିୟାଲିଟି ସୋ’ ‘ବିଗ୍ ବସ୍ ଓଟିଟି’ରେ ପ୍ରତିଯୋଗୀ ଭାବେ ଆସି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଚିଠି ଲେଖି ମୁମ୍ବାଇ ପୁଲିସ କମିସନରଙ୍କୁ କହିଥିଲେ ମହିଳା କମିସନ। ଏଭଳି ବିବାଦକୁ ନେଇ ଉର୍ଫିଙ୍କ ପ୍ରତିକ୍ରୀୟା ମଗାଯିବା ପରେ ମୁଁ ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏଭଳି ପୋଷାକ ପିନ୍ଧୁଥିବା କହିଛନ୍ତି ଉର୍ଫି। ବିଜେପି ନେତ୍ରୀ ଚିତ୍ରା କିଶୋର ୱାଗଙ୍କ ଧମକ ଉପରେ ପ୍ରତିକ୍ରିୟା ରଖି ଆହୁରି କହିଛନ୍ତି ଯେ କିଛି ଏଭଳି ବଡ ନେତ୍ରୀ ଅଛନ୍ତି ଯେଉଁମାନେ ଆଇନକୁ ନିଜ ହାତକୁ ନେବାକୁ ଚାହୁଁଛନ୍ତି।
ଯଦି ମୁଁ କିଛି ବେଆଇନ କାମ କରୁଛି ବୋଲି ସେମାନେ ଭାବୁଛନ୍ତି, ତେବେ ସେମାନେ ପୋଲିସ କିମ୍ବା କୋର୍ଟକୁ ଯିବା ଉଚିତ୍। କିନ୍ତୁ ଏ ଲୋକମାନେ ମୋତେ ସର୍ବସାଧାରଣରେ ଧମକ ଦେଇ ଆଇନକୁ ନିଜ ହାତକୁ ନେବାକୁ ଚାହୁଁଛନ୍ତି। ସେମାନେ ମୋତେ ମାରିବେ ବୋଲି ଧମକ ଦେଉଛନ୍ତି। ସେଥିପାଇଁ ମୁଁ ନିଜକୁ ଅସୁରକ୍ଷିତ ମନେ କରି ସୁରକ୍ଷା ଦେବାକୁ ନିବେଦନ କରିଛି। ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। କୌଣସି ସାଧାରଣ ଲୋକ ନୁହନ୍ତି, ଜଣେ ରାଜନେତ୍ରୀ ମୋତେ ଧମକ ଦେଉଛନ୍ତି। ଏହା ଠିକ୍ ନୁହେଁ।