(ଶିଳାସ୍ମିତା ରାୟ) ଭୁବନେଶ୍ୱର: କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମନା ସତ୍ୱେ ତାଙ୍କ ପିଛା ଛାଡୁନାହାନ୍ତି ପାକ ପ୍ରଧାନମନ୍ତ୍ରୀ ଇମରାନ ଖାନ । ସେ ବାରମ୍ବାର ଆମେରିକାକୁ ଖୁସାମଦ କରିବାରେ ଲାଗିଛନ୍ତି ଓ ବାରମ୍ବାର ଗୋଟିଏ ଉତ୍ତର ପାଉଛନ୍ତି, ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ । ଗତକାଲି ଇମରାନ୍ ୨୦ ମିନିଟ୍ ଧରି ଟ୍ରମ୍ପଙ୍କ ସହ କାଶ୍ମୀର ପ୍ରସଙ୍ଗରେ ଫୋନ ଯୋଗେ କଥା ହୋଇଛନ୍ତି। ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି ପୁଣି ଥରେ ଇମରାନଙ୍କୁ ରୋକଠୋକ୍ ମନାକରିଛନ୍ତି । ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ କାଶ୍ମୀର ସମସ୍ୟାର ସମାଧାନ କରିବାକୁ ସେ ପାକକୁ ପରାମର୍ଶ ଦେଇଛନ୍ତି। ଏଥିସହ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ବାବଦରେ ଇମ୍ରାନ୍ ଟ୍ରମ୍ପଙ୍କୁ ମଧ୍ୟ ସୂଚନା ଦେଇଥିଲେ।
ଗତକାଲି ଜାତିସଂଘ ସୁରକ୍ଷା ପରିଷଦର ଅନୌପଚାରିକ ବୈଠକ ବସିଥିଲା । କିନ୍ତୁ ଚୀନକୁ ଛାଡିଦେଲେ ଅନ୍ୟ ସଦସ୍ୟ ପାକିସ୍ତାନକୁ ନିରାଶ କରିଛନ୍ତି । ଏହା ଭାରତର ଅଭ୍ୟନ୍ତରିଣ ବ୍ୟାପାର । ତେବେ ଭାରତ ସହ ଶାନ୍ତିପୂର୍ଣ୍ଣ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ୟୁଏନ ସଦସ୍ୟମାନେ କହିଛନ୍ତି ।