ମ୍ୟାଚ ସମୟରେ ଅମ୍ପାୟରଙ୍କ ମୁହଁରେ ବଲ୍ ବାଜିବା ଯୋଗୁଁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀ ପ୍ରିମିୟର ଲିଗ୍ର ଏକ ରୋମାଞ୍ଚକର ମ୍ୟାଚ୍ ହଠାତ୍ ପାଲଟିଗଲା ଭୟଙ୍କର ଘଟଣାରେ । ଏକ ବଲ୍ ଯେତେବେଳେ ଦ୍ରୁତ ଗତିରେ ଆସି ଅମ୍ପାୟାରଙ୍କ ମୁହଁରେ ବାଜିବା ପରେ ମଇଦାନରେ ଖେଳାଳି ଓ ଦର୍ଶକଙ୍କ ମଧ୍ୟରେ ଛାଇଗଲା ଆତଙ୍କ । ଏହି ମ୍ୟାଚରେ ଅମ୍ପାୟର ଧର୍ମେଶ ଭାରଦ୍ବାଜଙ୍କୁ ଆଘାତ ଲାଗିଛି । ତାଙ୍କୁ ବଲ୍ ବାଜିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଅମ୍ପାୟର ବଲ୍ ବାଜିବାରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ତାଙ୍କ ହାତରେ ସମୟ ବହୁତ କମ୍ ଥିବାରୁ ବଲ୍ ସିଧାସଳଖ ମୁହଁରେ ବାଜିଛି । ରନ ଚେଜ୍ ସମୟରେ ୧୮ ଓଭରରେ ବ୍ୟାଟର ସ୍ପିନର ମୀନାଙ୍କ ବଲକୁ ଷ୍ଟ୍ରେଟ୍ ସଟ୍ ମାରୁଥିଲେ ।

ଘଟଣା ଏତେ ଗମ୍ଭୀର ଥିଲା ଯେ ଆହତ ଅମ୍ପାୟାର ଧର୍ମେଶ ଭାରଦ୍ୱାଜଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ICUରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ମ୍ୟାଚ୍ର ଫଳାଫଳ ଠାରୁ ଅଧିକ ଅମ୍ପାୟାରଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିଛି । ଏହି ସମୟରେ ବଲ୍ ସିଧାସଳଖ ଯାଇ ଅମ୍ପାୟରଙ୍କ ମୁହଁରେ ବାଜିଥିଲା । ଅମ୍ପାୟରଙ୍କୁ ବଲ୍ ବାଜିବା ନେଇ୍ ବ୍ୟାଟର ଚିନ୍ତିତ ହୋଇପଡିଛନ୍ତି । ତାଙ୍କ ମୁହଁରେ ଜୋରରେ ଆଘାତ ଲାଗିବା ଯୋଗୁଁ ତାଙ୍କୁ ଆଇସିୟୁରେ ଭତ୍ତିର୍ କରାଯାଇଛି । ତେବେ ଦିଲ୍ଲୀ ପ୍ରିମିୟର ଲିଗ ତରଫରୁ ଅମ୍ପାୟରକୁ ନେଇ ଏବେ ବି କୌଣସି ଅଫିସିଆଲ ସୂଚନା ସେୟାର କରାଯାଇନାହିଁ ।