ମାଲକାନାଗିରି: ମାଲକାନାଗିରି ଜିଲ୍ଳା ପେଡାକୋଣ୍ଡା ପଞ୍ଚାୟତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡି ଦୁଇ ଭଉଣୀ ପ୍ରାଣ ହରାଇଥିବା ଜଣାଯାଇଛି । ବାପା ମାଆ ଚାଷ ପାଇଁ ଜମିକୁ ଯାଇଥିବା ବେଳେ ରାଜେଶ୍ୱରୀ ପଡିଆମି ଦୁଇ ବର୍ଷର ସାନ ଭଉଣୀକୁ ନେଇ ପୋଖରୀକୁ ଗାଧୋଇବାକୁ ଯାଇଥିଲା । ତେବେ ଦୀର୍ଘ ସମୟ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରଥିଲେ । ଶେଷରେ ସେମାନଙ୍କୁ ପୋଖରୀରୁ ଉଦ୍ଧାର କରି ଜିଲ୍ଲା ସଦର ଚିକିସବାଳୟକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଗୋଷଣା କରିଥିଲେ । ଏଭଳି ଏକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।