ମଧ୍ୟପ୍ରାଚ୍ୟର ସଂଘର୍ଷ ମଧ୍ୟରେ ଭାରତ ପାଇଁ ଆସୁଥିବା ଆଉ ଦୁଇଟି LPG ବୋଝା ଜାହାଜ ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ପାରି ଯାଇଛି। “ଜଗ୍ ବସନ୍ତ” ଓ “ପାଇନ ଗ୍ୟାସ୍” ନାମକ ଏହି ଜାହାଜଗୁଡ଼ିକ ମୋଟ ୯୨,୬୧୨ ମେଟ୍ରିକ୍ ଟନ୍ LPG ବୋଝା ନେଇ ଭାରତ ଦିଗକୁ ଆସୁଛନ୍ତି।
ଏହି ଦୁଇଟି ଜାହାଜରେ ଯଥାକ୍ରମେ ୩୩ ଓ ୨୭ ଜଣ ନାବିକ ଅଛନ୍ତି। ସମସ୍ତେ ସୁରକ୍ଷିତ ଅବସ୍ଥାରେ ଥିବା ସୂଚନା ମିଳିଛି। ଏହି ଜାହାଜଗୁଡ଼ିକ ମାର୍ଚ୍ଚ ୨୬ ରୁ ୨୮ ମଧ୍ୟରେ ଭାରତର ବିଭିନ୍ନ ବନ୍ଦରକୁ ପହଞ୍ଚିବାର ସମ୍ଭାବନା ରହିଛି।
ହର୍ମୁଜ ପ୍ରଣାଳୀ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ତେଲ ଓ ଗ୍ୟାସ୍ ଯାତାୟାତ ମାର୍ଗ ହେବାରୁ, ଏଠାରେ ଜାହାଜ ଚଳାଚଳ ସୁରକ୍ଷିତ ରହିବା ଭାରତ ପାଇଁ ଏକ ସକାରାତ୍ମକ ସଙ୍କେତ ବୋଲି ଧରାଯାଉଛି।