ପୋଖରିରେ ବୁଡି ଶିଶୁଙ୍କ ମୃତ୍ୟୁ

ନୟାଗଡ : ପୋଖରିରେ ବୁଡି ଦୁଇ ଶିଶୁପୁତ୍ର ମୃତ୍ୟୁ । ନୟାଗଡ ଜିଲ୍ଲା ନୁଆଗାଁ ଥାନା ସୋରଡା ଗାଁରେ ପୋଖରୀରେ ବୁଡି ଦୁଇ ଶିଶୁ ପୁତ୍ର ମୃତ୍ୟୁ । ଏହି ଭଳି ଏକ ଅଭାବନୀୟ ଘଟଣାରେ ଗ୍ରାମବାସୀ ସ୍ତବ୍ଧ ।ଗ୍ରାମରେ ଖେଳି ଯାଇଛି ଶୋକର ଛାୟା । ସୂଚନା ମିଳିବାପରେ ଦମକଳ ବାହିନୀ ଦୁଇ ଶିଶୁପିତ୍ରକୁ ଉଦ୍ଧାର କରିଥଲେ ।

ଅରଡା ଗାଁର ମହେଶ ନାୟକଙ୍କ ୬ ବର୍ଷର ପୁଅ ରିତେଶ ନାୟକ ନିଜ ଆଇ ଘରକୁ ବୁଲିବାକୁ ଆସିଥିଲେ । ସୋରଡା ଗାଁର ବାବୁ ନାୟକଙ୍କ ୮ବର୍ଷର ପୁଅ ରାକେଶ ନାୟକ ଓ ରିତେଶ ଦୁହେଁ ଗାଧୋଇବା ପାଇଁ ପୋଖରିକୁ ଯାଇଥିଲେ ।ଉଭୟ ଗାଧୋଇବା ସମୟରେ ପୋଖରିରେ ବୁଡି ଯାଇଛନ୍ତି ।