ୱାସିଂଟନ : ବର୍ତ୍ତମାନ ଋଷ ଓ ୟୁକ୍ରେନ ଭିତରେ ଚାଲିଛି ଯୋର ଦାର ଲଢେଇ । ଏହି ଲଢେଇ କାରଣରୁ ଦେଶବାସୀ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଯୁଦ୍ଧକୁ ରୋକିବା ପାଇଁ ଅନେକ ଚେଷ୍ଟା ମଧ୍ୟ ଚାଲିଛି । କିନ୍ତୁ କୌଣଷି ପରିସ୍ଥିତିରେ ଋଷ ସେଠାରୁ ହଟିବାକୁ ନାରାଜ । ଆଉ ଏହି ଯୁଦ୍ଧ ମଧ୍ୟରେ ରକ୍ଷା କରିବାକୁ ସାଇବର ସ୍ପେସ୍ରେ ଭଲ୍ୟୁଣ୍ଟିୟର ହ୍ୟାକର୍ସଙ୍କ ସେନା ପ୍ରସ୍ତୁତ ହେଉଛନ୍ତି।

ସାଇବର ସୁରକ୍ଷା ଫାର୍ମ ସେକୋଇୟାର ଏକ୍ସପର୍ଟ ମୁତାବକ, ପାଖାପାଖି ୨,୬୦,୦୦୦ ଟପ୍ ହ୍ୟାକର ‘ଆଇଟି ସେନା’ରେ ସାମିଲ ହୋଇଛନ୍ତି। ଏମାନଙ୍କୁ ହ୍ୟାକ୍ଟିଭିଷ୍ଟ ବୋଲି କୁହାଯାଉଛି। ଏହି ଆଇଟି ଆର୍ମିକୁ ୟୁକ୍ରେନ୍ର ଡିଜିଟାଲ ମନ୍ତ୍ରୀ ମାୟଖାଇଲୋ ଫେଡୋରୋବଙ୍କ କହିବାନୁସାରେ ସ୍ଥାପନ କରାଯାଇଥିଲା। ଏହି ଆର୍ମି ରୁଷର ସରକାରୀ ୱେବ୍ସାଇଟ୍ଗୁଡ଼ିକ ଉପରେ ସାଇବର ଆଟାକ୍ କରି ଏହାକୁ ହ୍ୟାକ୍ କରୁଛନ୍ତି। ଏଥିସହ କେତେକ ବଡ଼ ବଡ଼ ସରକାରୀ ଅଫିସରଙ୍କ ଆକାଉଣ୍ଟକୁ ବି ଡିଆକ୍ଟିଭେଟ୍ କରିଦେଉଛନ୍ତି। ଫଳରେ ରୁଷ ପାଇଁ ସମସ୍ୟା ସୃଷ୍ଟି ହେବାର ଦେଖିବାକୁ ମିଳୁଛି ।
We are creating an IT army. We need digital talents. All operational tasks will be given here: https://t.co/Ie4ESfxoSn. There will be tasks for everyone. We continue to fight on the cyber front. The first task is on the channel for cyber specialists.
— Mykhailo Fedorov (@FedorovMykhailo) February 26, 2022