ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ପାଇଁ ପ୍ରୟାସ ଚାଲିଛି: ଟୁଇଟରରେ ଜଣାଇଲା ଇସ୍ରୋ

(ରିପୋଟର୍ସ ଟୁଡେ, ବେଙ୍ଗାଲୁରୁ): ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ସହ ପୁଣି ଯୋଗାଯୋଗ କରିବାକୁ ଇସ୍ରୋ ବୈଜ୍ଞାନିକମାନେ ଚେଷ୍ଟା ଜାରି ରଖିଛନ୍ତି ବୋଲି ଆଜି ଟୁଇଟର ଜରିଆରେ ଇସ୍ରୋ ସୁଚନା ଦେଇଛି । ଲ୍ୟାଣ୍ଡର ‘ବିକ୍ରମ’କୁ ଖୋଜି ବାହାର କରିବା ପରେ ଏହାସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇ ପାରିନାହିଁ । ତେବେ ବୈଜ୍ଞାନିକମାନଙ୍କ ଏକ ଟିମ ଯଥାସମ୍ଭବ ଚେଷ୍ଟା ଚଳାଉଛନ୍ତି । ଆହୁରି ୧୧ ଦିନ ପର୍ଯ୍ୟନ୍ତ ଲଗାତାର ପ୍ରୟାସ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
ଉଲ୍ଲେଖେଯାଗ୍ୟ ଯେ, ଗତ ରବିବାର ମଧ୍ୟରାତିରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବା ପୁର୍ବରୁ ମାତ୍ର ୨.୧ କମି ଦୁରତାରେ ଥିବା ବେଳେ ଏହା ସହ ସମ୍ପର୍କ ଚ୍ଛିନ୍ନ ହୋଇଥିଲା । ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିବାପରେ ଏହା ସୁରକ୍ଷିତ ଅଛି ବୋଲି ପରେ ସୁଚନା ମିଳିଥିଲା ।