( ସର୍ବେଶ୍ୱର ପାତ୍ର): ଗତକାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗାଁ ନିକଟରେ ଯାତ୍ରାପାର୍ଟି ଟ୍ରକ ସହ ବାଇକ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଲୋକନାଥ ଜେନାଙ୍କ ପୁଅ ଓମ ୟଶବର୍ଦ୍ଧନ ଜେନା ଓ ତ୍ରିଲୋଚନ ମୁଦୁଲିଙ୍କ ପୁଅ ସୋମେଶ ମୁଦୁଲି ବୋଲି ଜଣାପଡିଛି । କାମାକ୍ଷାନଗରରୁ କଙ୍କଡାହାଡ଼ ଯାଉଥିବା ଯାତ୍ରାପାର୍ଟି ଟ୍ରକ ବିପରୀତ ଦିଗରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କର ମୃତୁ ହୋଇଯାଇଛି।
ଦୁର୍ଘଟଣାରେ ଯାତ୍ରାପାର୍ଟି ଟ୍ରକର ୫ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ପୁରୀ ଜିଲ୍ଲାର ନିମାପଡାର ଦିଲୀପ ରାଉତ, ଢେଙ୍କାନାଳ ଜିଲ୍ଲାର ଗନ୍ଦିଆ ଅଞ୍ଚଳର ଆମ୍ବୁଜ ନାୟକ, କେନ୍ଦ୍ରାପଡାର ବଂଶୀ ଧଳ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ରଞ୍ଜନ ମଲ୍ଲିକ ଓ ଜଗତସିଂହପୁରର ଭରତ ମଲ୍ଲିକକୁ କାମାକ୍ଷାନଗର ମେଡିକାଲରେ ଭର୍ତି କରାଯାଇଛି।