ଟ୍ରକ-ବସ୍ ମୁହାଁମୁହିଁ ଧକ୍କା

( ମମତା ସାମଲ) : ବରଗଡ ବରାହଗୋଡା ସ୍ଥିତ ପରରାପାଟ ମନ୍ଦିର ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ–ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨୦ ରୁ ଅଧିକ ଯାତ୍ରୀ ଆହତ । ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସୋମନଙ୍କୁ ବୁର୍ଲା ବଡ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଅନୁଯାୟୀ, ଗତକାଲି ସନ୍ଧ୍ୟାରେ ବସଟି ବସଷ୍ଟାଣ୍ଡରୁ ବାହାରି ସମ୍ବଲପୁର ଅଭିମୁଖେ ଯାଉଥିବାବେଳେ ବରହାଗୋଡରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।