( ଓମ୍ ପ୍ରକାଶ ମିଶ୍ର) : ବୌଦ୍ଧ ଜିଲ୍ଲା ମହିଶ୍ୱରପିଣ୍ଡାଠାରେ ଘଟିଛି ସଡକ ଦୁର୍ଘଟଣା । ଟ୍ରକ ଓ ଟେମ୍ପ ମୁହାଁମୁହାଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ବୌଦ୍ଧ ଜିଲ୍ଲାର କାଲେଶ୍ୱର ଗ୍ରାମର ବାବୁଲି ବେହେରା ଏବଂ ଗୁରୁତର ମାନେ ହେଲେ ବାବୁଲି ବେହେରାଙ୍କ ବାପା ବେଣୁଧର ବେହେରା , ସ୍ତ୍ରୀ ରୁକ୍ମିଣୀ ବେହେରା , ଝିଅ ପାର୍ବତୀ ବେହେରା ଓ ଟେମ୍ପୁ ଡ୍ରାଇଭର ହେଲେ ରୋଥଠାଣି ଗ୍ରାମର ଭରତ ଜେନା ବୋଲି ଜଣାପଡିଛି । ଆହତମାନଙ୍କୁ ପ୍ରଥମେ ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ଭତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ସୋମନଙ୍କୁ ସମ୍ବଲପୁର ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।