ଆଜି ୧୨ ଘଣ୍ଟିଆ ବାଲେଶ୍ଵର ବନ୍ଦ
ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ୱରର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସମେତ ଦୋକାନ ବଜାର ବନ୍ଦ ରହିବ ।
(ବାଲେଶ୍ଵର) : ଆଜି ବାଲେଶ୍ଵର ବନ୍ଦ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ୱରର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସମେତ ଦୋକାନ ବଜାର ବନ୍ଦ ରହିବ । ବାଲେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ।
ବାଲେଶ୍ୱର ବାର ଆସୋସିଏସନ, ନାଗରିକ ମଞ୍ଚ, ସିଭିଲ ସୋସାଇଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ସିପିଆଇ(ଏମ), କଂଗ୍ରେସ, ବିଜେପି ଓ ବିଭିନ୍ନ ଗଣ ସଂଗଠନ ପକ୍ଷରୁ ଦୃଢ ସମର୍ଥନ ରହିଛନ୍ତି। ଏଥିପାଇଁ ସକାଳୁ ବିଭିନ୍ନ ଛକରେ ରାସ୍ତା ରୋକ କରିବା ସହ ପିକେଟିଂ ଜାରି ରହିଛି ।
ସୂଚନାନୁଯାୟୀ , ବାଲେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଅପରାଧିକ କାର୍ଯ୍ୟକଳାପ ରୋକିବାରେ ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏପରି ସ୍ଥିତିରେ ପୁଲିସ ଅଧୀକ୍ଷକ ଶୀତତାପ ନିୟନ୍ତ୍ରିତ କୋଠରୀରେ ଚୁପ୍ ବସିଛନ୍ତି ବୋଲି ବହୁ ସଂଗଠନ ଆରୋପ ଆଣି ବାଲେଶ୍ୱର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।