ଥାନା ଉଡାଇ ଦେବାକୁ ମିଳିଲା ଧମକ

ଉତ୍ତରପ୍ରଦେଶ(ରିପୋର୍ଟର୍ସ ଟୁଡେ): ସାଧାରଣତଃ ଲୋକମାନଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଉତ୍ତରପ୍ରଦେଶରେ ଘଟିଛି ଏକ ଏଭଳି ଘଟଣା ଯେଉଁଠି ପୋଲିସ ପ୍ରଶାସନ ମଧ୍ୟ ଅସୁରକ୍ଷିତ ବୋଲି ମନେ ହେଉଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଭୟର ବାତାବରଣ । ପୋଲିସ ଥାନା ସମ୍ମୁଖରେ ଏକ ଧମକଭରା ପୋଷ୍ଟର ମରା ହୋଇଥିବାର ଦେଖିବାକୁ ମିଳିଛି ।
ଉତ୍ତରପ୍ରଦେଶ ଜୋନପୁରରେ ଡି-୩୩ ଗ୍ୟାଙ୍ଗକୁ ଆତଙ୍କ ଖେଳିଯାଇଛି । ଜିଲ୍ଲାର ୨ଟି ଥାନାକୁ ଉଡାଇ ଦେବାକୁ ପୋଲିସକୁ ଧମକ ମିଳିବା ପରେ ନିକଟସ୍ଥ ଅଞ୍ଚଳରେ ସୃଷ୍ଟି ହୋଇଛି କୋକୁଆ ଭୟ । ସୁରେରି ଥାନାର ଗେଟ ଆଗରେ ଥାନା ଉଡାଇ ଦେବାକୁ ଧମକ ଦେଇଛି ଏହି ଗ୍ୟାଙ୍ଗ । ପୋଷ୍ଟରରେ ଲେଖାଯାଇଛି ଯେ “ ରାସ୍ତା କାମ ଠିକ କର ନ ହେଲେ ଥାନା ଉଡାଇ ଦେବୁ” । ଏଭଳି ଏକ ଧମକ ପାଇବା ପରେ ପୋଲିସ ଆଖିରୁ ହଜିଯାଇଛି ନିଦ । ନୋଟିସରେ ଲେଖାଯାଇଛି ଥାନା ଅଧିକାରୀ ମହୋଦୟ, କଠବାତିୟାକୁ ଯିବା ପାଇଁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ । ତେଣୁ ଆମ୍ବୁଲାନ୍ସ ପହଞ୍ଚି ପାରୁନି କି କୌଣସି କାମ ଠିକସେ ହୋଇପାରୁନି । ଏପରିକି ସାଇକେଲରେ ଯିବା ବି କଷ୍ଟକର ହୋଇପଡିଛି । ଆସନ୍ତା ଅକ୍ଟୋବର ସୁଦ୍ଧା ରାସ୍ତା କାମ ଶେଷ କରିବାକୁ ଚେଷ୍ଟା କରନ୍ତୁ । ନହେଲେ ସୁରେରି ଥାନାକୁ ଉଡାଇବାକୁ ଆମେ ପଛାଇବୁ ନାହିଁ । ଏହାପରେ ପେଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।