ନ୍ୟୁୟର୍କ : ଏମିତି ସହର ଯେଉଁଠି କାର ସଂଖ୍ୟା ଲୋକଙ୍କ ସଂଖ୍ୟାଠୁ ବି ଅଧିକ । ଲୋକମାନଙ୍କଠୁ କାର ସଂଖ୍ୟା ଅଧିକ କାଥାଟା ହୁଏତ ଟିକେ ଅଜବ ଲାଗୁଥାଇ ପାରେ କିନ୍ତୁ ଏହା ସମ୍ପୂର୍ଣ୍ଣ ସତ । ଆମେରିକାର ଲସ୍ ଆଞେଲସ ସହରଟି ହେଉଛି କାର ଲାଗି ପ୍ରସିଦ୍ଧ । ତେବେ ଦେଖିବାକୁ ଗଲେ ନ୍ୟୁୟର୍କ ପରେ ଆମେରିକାରେ ଦ୍ୱିତୀୟ ବୃହତ୍ତମ ସହରର ମାନ୍ୟତା ପାଇଛି ଏହି ଲସ୍ ଆଞେଲସ ସହର । ଏହି ସ୍ଥାନରେ ସର୍ବାଧିକ ହଲିଉଡ ଚଳଚ୍ଚିତ୍ର ସୁଟ୍ କରାଯାଇଥାଏ । ଏହା ଛଡା ସବୁଠୁ ବଡ କଥା ହେଉଛି ଏଠାକାର ଲୋକମାନଙ୍କର କାର ପ୍ରତି ଦୁର୍ବଳତା ରହିଛି ।
ଜନଗଣନା ଅନୁସାରେ ଏହି ସହରର ଲୋକସଂଖ୍ୟା ପାଖାପାଖି ୪୦ ଲକ୍ଷ ହୋଇଥିବା ବେଳେ ସହରର କାର ସଂଖ୍ୟା ୬୧ ଲକ୍ଷ ବୋଲି ଜଣା ପଡିଛି । ଅର୍ଥାତ ହାରାହାରି ମୁଣ୍ଡପିଛା ଦେଢରୁ ଅଧିକ କାର ରହିଛି । ଯେଉଁ କାରଣରୁ ସେଠାରେ ଲୋକମାନଙ୍କଠୁ କାର ସଂଖ୍ୟା ଅଧିକ ରହିଛି ।