ରାଇରଙ୍ଗପୁର : ବର୍ତମାନ ଗ୍ରାମାଞ୍ଚଳରେ ମାତିଛନ୍ତି ଛେଳି ଚୋର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ନାଉଜଳା ଗ୍ରାମରେ। ଏହି ଗ୍ରାମର ଜୈନିକ ବିଧବା ମହିଳାଙ୍କ ଏକ ବୃହତ ଛେଳିକୁ ଚୋରି କରି ଧରାପଡ଼ିଛନ୍ତି ଦୁଇ ଚୋର। ଧରାପଡ଼ି ଦୁଇ ଯୁବକ ଗ୍ରାମବାସୀଙ୍କ ହାତରୁ ନିର୍ଦ୍ଧୁମ ଉତ୍ତମ ମଧ୍ୟମ ଖାଇଛନ୍ତି। ଘଟଣାରୁ ଜଣାପଡିଛି ନାଉଯୋଡା ଗ୍ରାମର ଏକ ବିଧବା ମହିଳାଙ୍କ ଛେଳିକୁ ବିଶୋଇ ଥାନା ଅନ୍ତର୍ଗତ ଅସନସିକଡ ଗ୍ରାମରେ ବିକ୍ରି କରିଥିଲେ। ଛେଳି ଚୋରି କରିଥିବା ଚୋର ଦୁଇଜଣ ହେଉଛନ୍ତି ନାଉଯୋଡା ଗ୍ରାମର ମୋହେନ୍ଦ୍ର ବେହେରାଙ୍କ ପୁତ୍ର ଯୋଗମୋହନ ବେହେରା(୩୩ବର୍ଷ) ଓ ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଗ୍ରାମର ବୁଧରାମ ବେହେରାଙ୍କ ପୁତ୍ର ରାଜେନ୍ଦ୍ର ବେହେରା ( ୨୦ ବର୍ଷ) ।
ଗତ ୨୫ ତାରିକରେ ନାଉଯୋଡା ଗ୍ରାମରୁ ଏକଛେଳି ଚୋରି କରିନେଇ ଅସନସିକଡ ଅଞ୍ଚଳରେ ବିକ୍ରି କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ଗ୍ରାମ ବାସି ପିଛାକରି ଛେଳି ସହିତ ଦୁଇଚୋରକୁ ଧରି ଉତ୍ତମ ମଧ୍ୟମ ଦେବା ସହିତ ପୋଲିସରେ ହାତରେ ଦେଇଥିଲେ । ପୋଲିସ ଅଭିଯୁକ୍ତ ଦୁଇଜଣଙ୍କୁ ଗିରଫକରି ୨୨୪/୨୩ ରେ ଏକ ମାମଲା ରୁଜୁ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ ଦୁଇ ଜଣ ପୁର୍ବରୁ ମଧ୍ୟ ବହୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ଜେଲ୍ ଯାଇଥିବା ତଦନ୍ତରୁ ଜଣାପଡିଛି।