୫ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ

ସୁବର୍ଣ୍ଣପୁର : ଭିଜିଲାନ୍ସ ଜାଲରେ ଆରଆଇ । ଜମି ପଟ୍ଟା ବାବଦରେ ଜଣେ ବ୍ୟକ୍ତିଙ୍କ ନିକଟରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁବର୍ଣ୍ଣପୁର ବିରମହାରାଜପୁର ତହସିଲର ଖଣ୍ଡହାଟ ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର ମିଶ୍ର ଓ ଅତିରିକ୍ତ ରାଜସ୍ବ ନିରୀକ୍ଷକ ପଞ୍ଚାନନ ଡାଙ୍ଗଙ୍କୁ ଧରିଛି ଭିଜିଲାନ୍ସ।
ଜଣେ ବ୍ୟକ୍ତିଙ୍କ ଜମି ପଟ୍ଟା ବାବଦରେ କାମ ପାଇଁ ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର ମିଶ୍ରଙ୍କ କହିବା ଅନୁସାରେ ଅତିରିକ୍ତ ରାଜସ୍ବ ନିରୀକ୍ଷକ ପଞ୍ଚାନନ ଡାଙ୍ଗ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଆଜି ବ୍ୟକ୍ତିଜଣଙ୍କ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ରେଡ କରିଥିଲା। ଏଆର୍ଆଇ ପଞ୍ଚାନନ ଡାଙ୍ଗଙ୍କ ନିକଟରୁ ଉକ୍ତ ୫ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ତେବେ ଉଭୟ ଅଧିକାରୀଙ୍କୁ ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ଅଫିସରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ସୁବର୍ଣ୍ଣପୁର ଜିଲ୍ଲା ଭିଜିଲାନ୍ସ ଡିଏସପି ରିତାଞ୍ଜଳୀ ପ୍ରଧାନଙ୍କ ନେତୃତ୍ୱରେ ଚଢାଉ ସମୟରେ ବଲାଙ୍ଗୀର ଡିଏସପି ପଳସ୍ତି ଛାତ୍ରି୍ରଆ , ଏଏସଆଇ ନନ୍ଦ କିଶୋର ବଗର୍ତ୍ତୀ , ଝସକେତନ ବାରିକ ପ୍ରମୁଖ ସାମିଲ ଥିଲେ ।