ଓଲଟିଲା ଟ୍ରକ, ୧୫ରୁ ଅଧିକ ଯବାନ ଆହତ

ବାଗପତ: ଉତ୍ତରପ୍ରଦେଶ ବାଗପତ ଜିଲ୍ଲା ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସୱେୋ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗାଜିଆବାଦର ୪୭ ବାଟାଲିୟନକୁ ନେଇ ଯାଉଥିବା ଏକ ପିଏସି ଟ୍ରକ ପେରିଫେରଲ ଉପରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଯବାନ ଆହତ ହୋଇଥିବା ବେଳେ ୧୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଗାଡ଼ିର ଷ୍ଟିୟରିଂ ଫେଲ ହେବାରୁ ଏଭଳି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତ ଯବାନମାନଙ୍କୁ ଉଦ୍ଧାର କରି ମେଡିକାଲରେ ପହଞ୍ଚାଇଥିଲେ । ଏଡି ଭୟଙ୍କର ଦୁର୍ଘଟଣାରେ ଯବାନମାନେ ଆହତ ହେବା ସହ ସେମାନଙ୍କର ସମସ୍ତ ଜିନିଷ ନଷ୍ଟ ହୋଇଯାଇଛି । ଆହତ ହୋଇଥିବା ଯବାନମାନଙ୍କ ମଧ୍ୟରେ ଜିତେନ୍ଦ୍ର ମୀନା, ମନୋଜ କୁମାର, ଶିବକାନ୍ତ, ମୋହିତ, ରାକେଶ, ସଞ୍ଜୟ କୁମାରଙ୍କ ସମେତ ଅନେକ ଯବାନ ଆହତ ହୋଇଛନ୍ତି । ଏମାନଙ୍କ ବାଗପତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।