କ୍ୟାମେରା ସାମ୍ନାରେ ଟିକା ନେବେ ଏହି ୩ ପୂର୍ବତନ ରାଷ୍ଟ୍ରପତି

ୱାଶିଂଟନ– ଆମେରିକାରେ ମହାମାରୀ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ହେଲେ କରୋନା ଭୂତାଣୁର ଦମନ ପାଇଁ ପ୍ରସ୍ୁତ ହୋଇଥିବା ଟିକାକୁ ନେଇ ବେଶ ଚର୍ଚ୍ଚା ହେଉଛି । କେବେ ଆସିବ କରୋନା ଟିକା ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ? ସବୁ ବିକାଶଶୀଳ ରାଷ୍ଟ୍ରମାନେ କରୋନା ଟିକା ପ୍ରସ୍ତୁତ କରିବା କାମରେ ଲାଗିପଡିଥିବାବେଳେ କିଛି ଦେଶ ବର୍ତ୍ତମାନ ଲୋକଙ୍କୁ ଟିକାକରଣ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ଏହା ମଧ୍ୟରେ ଆମେରିକାର ୩ ଜଣ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବିଲ୍ କ୍ଲିଣ୍ଟନ ଓ ଜର୍ଜ ଡବ୍ଲୁ ବ୍ରୁଶ୍ କ୍ୟାମେରା ସାମ୍ନାରେ ଏହି ଟିକା ନେବେ ବୋଲି ରାଜି ହୋଇଥିବା ଖବର ଏବେ ବେସ୍ ଭାଇରାଲ ହେବାରେ ଲାଗିଛି । କ୍ୟାମେରା ସାମ୍ନାରେ ଟିକା ନେବାର କାରଣ କହିବାକୁ ଯାଇ ସେମାନେ କହିଛନ୍ତି କି ଏଭଳି କରିବା ଦ୍ୱାରା କରୋନ ଭ୍ୟାକ୍ସିନ ପ୍ରତି ଲୋକଙ୍କ ବିଶ୍ୱାସ ବୃଦ୍ଧି କରିବା । ଏହି ୩ ଜଣ ପୂର୍ବତନ ରାଷ୍ଟ୍ରପତିଙ୍କ ମତ ହେଉଛି ଏହାଦ୍ୱାରା କେବଳ ଆମେରିକାବାସୀଙ୍କର କରୋନା ଟିକା ପ୍ରତି ବିଶ୍ୱାସ ବୃଦ୍ଧି ପାଇବ ତାହା ନୁହେଁ ବରଂ ସାରା ବିଶ୍ୱରେ କରୋନା ସହ ଲଢେଇ କରିବାକୁ ଲୋକଙ୍କ ସାହସ ଆସିବ । କରୋନା ଟିକାକୁ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନଷ୍ଟ୍ରେଶନର ମଞ୍ଜୁରୀ ମିଳିବା ପରେ ବି ଏହାର ପ୍ରଭାବ କିଭଳି ରହିବ ତାହାକୁ ନେଇ ଏବେବି ଆମେରିକାବାସୀଙ୍କ ମଧ୍ୟରେ ସନ୍ଦେହ ରହିଛି । ବୁଧବାର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଓବାମା କହିଛନ୍ତି କି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଏନ୍ଥେନି ଫାସିଙକ ଉପରେ ମୋର ପୁରା ବିଶ୍ୱାସ ରହିଛି । ସେ ହିଁ ଭ୍ୟାକ୍ସିନ ସୁରକ୍ଷିତ ଥିବା କଥା ମୋତେ କହିଛନ୍ତି । ତାଙ୍କ ଉପରେ ବିଶ୍ୱାସ ରଖି ଭ୍ୟାକ୍ସିନ୍ ନେବାକୁ ମୁଁ ରାଜି ହୋଇଛି ବୋଲି ଓବାମା କହିଛନ୍ତି । ଅନ୍ୟପଟେ ବିଲ୍ କ୍ଲିଣ୍ଟନ କହିଛନ୍ତି କି ସାର୍ବଜନିକ ଭାବେ ସେ ଏହି ଟିକା ନେବାକୁ ପ୍ରସ୍ତୁତ ଅଛନ୍ତି ।