ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ରାଉଜ ଆଭେନ୍ୟୁ କୋର୍ଟ

ନୂଆଦିଲ୍ଲୀ: ମନୀଷ ସିସୋଦିଆଙ୍କୁ ପୁଣି ଝଟ୍‌କା। ତାଙ୍କୁ ମିଳିଲାନି ଜାମିନ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ରାଉଜ ଆଭେନ୍ୟୁ କୋର୍ଟ । ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ତାଙ୍କ ଜାମିନ ଆବେଦନ ଖରାଜ ହୋଇଛି।

ଏହା ପୂର୍ବରୁ ନିମ୍ନ ଅଦାଲତ, ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ମଦ ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ଦେବା ପାଇଁ ମନା କରିଦେଇଥିଲେ। ଏବେ ରାଉଜ ଆଭେନ୍ୟୁ କୋର୍ଟ ମଧ୍ୟ ତାଙ୍କୁ ଜାମିନ ମଞ୍ଜୁର କରି ନହାନ୍ତି। କୋର୍ଟଙ୍କ ଏହି ରାୟକୁ ଏବେ ସିରୋଦିଆ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ। କିଛି ଦିନ ପୂର୍ବେ ଦିଲ୍ଲୀ ମଦ ଦୁର୍ନୀତି ମାମଲରେ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ରାଉଜ ଆଭେନ୍ୟୁ ନିଜ ରାୟ ସଂରକ୍ଷିତ ରଖିଥିଲେ। ଆଜି ରାଉଜ ଆଭେନ୍ୟୁ କୋର୍ଟ ଜଷ୍ଟିସ କାବେରୀ ବାବେଜାଙ୍କ ସାମ୍ନାରେ ଶୁଣାଣି ବେଳେ ସିସୋଦିଆ ମଦ ଦୁର୍ନୀତି ମାମଲାର କିଙ୍ଗପିନ୍‌ ବୋଲି ସିବିଆଇ କହିଥିଲା। ଏଥିପାଇଁ ତାଙ୍କୁ ଜାମିନ ଦେବା ଉଚିତ୍‌ ନୁହେଁ ବୋଲି କହିଥିଲା।