ମଇଁଷୀର ଦାମ ୨୫ କୋଟି;ଯାହାର ନାମ ଭୀମ

ଭୁବନେଶ୍ୱର;ମଇଁଷୀର ଦାମ ୨୫ କୋଟି ।ଆପଣମାନଙ୍କୁ ଶୁଣି ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ଘଟଣାଟି ସତ ଆଜ୍ଞା । ଏହି ମଇଁଷୀର ଦାମ୍ ୨୫ କୋଟି । ଯାହାର ନାମ ଭୀମ । ଏହିଭୀମକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିରହିଛି । ଭୀମ ଏବେ ପାଲଟିଛି ସେଲିବ୍ରିଟି । ମହାରାଜା ଭଳି ସଜେଈ ହୋଇଛି । ତକିଆରେ ମୁଣ୍ଡ ଦେଇ ଶୋଇ ରହିଛି । ସେତେ ଯେମିତି ବଡବଡିଆ ପୁଅ । ଏହି ଭୀମର ଘର ରାଜସ୍ଥାନର ଯୋଧପୁର । ୧୬ଶହ କେଜି ଓଜନର, ଚିକଣ କଳା ରଙ୍ଗର ଭୀମ ଦେହରେ ପ୍ରତିଦିନ ଲାଗୁଛି ଏକ କେଜି ଭେସଲିନ, ୧ଲିଟର ସୋରିଷ ତେଲ । କାଜୁ ବାଦାମ ଏକ କେଜି ସହ ଦିନକୁ ପ୍ରାୟ ୩୫ କେଜିର ଖାଦ୍ୟ ଖାଉଛି ଭୀମ । ଇଓ ଦ୍ୱାରା ଭୀମରୁ ସିମେନରୁ ଏବେ ସୁଦ୍ଧା ୬ ଲକ୍ଷ୍ ମଇଁଷି ଛୁଆ ଜନ୍ମ ହେଇସାରିଲେଣି । ବାଂଲାଦେଶ ଓ ପାକିସ୍ତାନରେ ମଧ୍ୟ ଏଇ ପ୍ରଜାତି ମଇଁଶିର ବେଶ ଚାହିଦା ରହିଛି । ଥାଇଲାଣ୍ଡର ନିନଲାନୀ ଫାର୍ମର ଏହି ମଇଁଷି । ମଇଁଷିଟିର ବୟର ମାତ୍ର ୩ ବର୍ଷ ହୋଇଥିଲେ ବି ଏହାର ଉଚ୍ଚତା ଏବେ ୬ ଫୁଟ୍ ୮ ଇଂଚ୍ । ଏହାକୁ ଏବେ ବିଶ୍ୱର ସବୁଠାରୁ ଉଚ୍ଚ ମଇଁଷି ଭାବେ ଗଣନା କରାଯାଉଛି । ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ ମୁତାବକ ଏହି ମଇଁଷିଟିର ଉଚ୍ଚତା ସାମାନ୍ୟ ବୟସ୍କ ମଇଁଷି ଠାରୁ ୨୦ ଇଞ୍ଚ୍ ଅଧିକ । ଏହି ମଇଁଷିଟିର ନାମ ରହିଛି କିଙ୍ଗ କଙ୍ଗ୍ ।