ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତିର ପରମ କର୍ତ୍ତବ୍ୟ ହେଉଛି ଅନ୍ୟ ଲୋକଙ୍କୁ ଭଲ ପାଇବା ସ୍ନେହ କରିବା। ମାନବିକତାକୁ ଜୀବିତ ରଖିବା ପାଇଁ ଲୋକମାନଙ୍କୁ ସାହାଯ୍ୟ କରିବା । ଭଗବାନ ଆମକୁ ମଣିଷ ଜୀବନ ଦେଇଛନ୍ତି ତେଣୁ ଜୀବନରେ କିଛି ଭଲ କାର୍ଯ୍ୟ କରିିବା ଉଚିିତ । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ହୃଦୟ ସ୍ପର୍ଶୀ ଫଟୋ । ଭାଇରାଲ ଫଟୋରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ଦିବ୍ୟାଙ୍ଗଙ୍କୁ ରାସ୍ତା ପାର ହେବା ପାଇଁ ଜଣେ ପୁଲିସ କର୍ମଚାରୀ ସାହାଯ୍ୟ କରୁଛନ୍ତି। ଭାଇରାଲ୍ ଫଟୋରେ ଜଣେ ଦିବ୍ୟାଙ୍ଗ ବସିବସି ରାସ୍ତା ପାର ହେଉଛନ୍ତି। ଦିବ୍ୟାଙ୍ଗଙ୍କ ଏପରି ଅବସ୍ଥା ଦେଖି ଜଣେ ଟ୍ରାଫିକ୍ ପୁଲିସ କର୍ମଚାରୀ ମାନବିକତା ଦେଖାଇଥିଲେ। ସେ ରାସ୍ତାରେ ଯାଉଥିବା ଗାଡ଼ିମଟରକୁ ଉକ୍ତ ଦିବ୍ୟାଙ୍ଗଙ୍କ ପାଇଁ ଅଟକାଇ ଦେଇଥିଲେ।
इससे ख़ूबसूरत तस्वीर और क्या हो सकती है.❤️ pic.twitter.com/afX5QWZG83
— Awanish Sharan (@AwanishSharan) March 5, 2022