କଂଗ୍ରେସ ପୋଷ୍ଟରରୁ ହଟିଲା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଫଟୋ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; କଂଗ୍ରେସ ପୋଷ୍ଟରୁ ହଟିଲା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଫଟୋ । ଯାହାକୁ ନେଇ କଂଗ୍ରେସ ପୁଣିଥରେ ଚର୍ଚ୍ଚାକୁ ଆସିଛି । ଏହି ମାମଲା ଗୋଆ କଂଗ୍ରେସ ସହିତ ଜଡିତ, ଯେଉଁଠାରେ ଗତ ସପ୍ତାହରେ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ସମୟରେ ଦଳ ଦ୍ୱାରା ଲଗାଯାଇଥିବା ବ୍ୟାନରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଫଟୋକୁ ହଟାଯାଇଥିଲା। ବିଜେପି ଏହାକୁ ନେଇ କଂଗ୍ରେସ ଉପରେ ଆକ୍ରମମ କରିଛି ଏବଂ ଏହାକୁ ଦଳିତ ବିରୋଧୀ ମାନସିକତା ଥିବା ବୋଲି କହିଛି। କିନ୍ତୁ କଂଗ୍ରେସ କିହିଛି କି ଖର୍ଗେଙ୍କ ଫଟୋକୁ ଭୁଲବଶତଃ ହଟାଇ ଦିାଯାଇଛି ।

ତେବେ ରାଜ୍ୟ ପ୍ରତିଷ୍ଠା ଦିବସ ପାଇଁ ଲଗାଯାଇଥିବା ବ୍ୟାନରରେ କଂଗ୍ରେସ ଦଳର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଗୋଆ ଦଳର ମୁଖ୍ୟ ଅମିତ ପାଟକର ଏବଂ ବିରୋଧୀ ଦଳ ନେତା ୟୁରି ଆଲେମାଓଙ୍କ ଫଟୋ ଥିଲା, କିନ୍ତୁ ଖାର୍ଗେଙ୍କ ଫଟୋ ସେଥିରେ ନଥିଲା। ଯାହାର ସୁଯୋଗ ନେଇ ଗୋଆ ବିଜେପି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ଫଟୋ ପୋଷ୍ଟ କରି ଏହା ସହିତ ଏକ ଦାବି କରିଛି ଯେ କଂଗ୍ରେସ ତାଙ୍କର ଦଳିତ ସଭାପତିଙ୍କୁ ଅପମାନିତ କରିଛି। କଂଗ୍ରେସର ସରକାରୀ ଗୋଆ ପ୍ରତିଷ୍ଠା ଦିବସ ବ୍ୟାନରରୁ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଫଟୋ ଜାଣିଶୁଣି ହଟାଯାଇଛି , ଯାହା ସଭାପତିଙ୍କ ପ୍ରତି ଅପମାନ ବୋଲି ବିଜେପି କହିଛି ।

ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ମୁଖ୍ୟ ପାଟକର ଦାବି କରିଛନ୍ତି ଯେ କାର୍ଯ୍ୟକ୍ରମ ସମ୍ପର୍କିତ ବ୍ୟାନରରୁ ଖାର୍ଗେଙ୍କ ଫଟୋ ଭୁଲବଶତଃ ହଟାଇ ଦିଆଯାଇଛି।