ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ଲାଗିବ ନୂଆ ପିତ୍ତଳ କବାଟ । କଟକରେ ତିଆରି ହୋଇଛି ଏହି କବାଟ । ଜନୈକ ଦାତା ପିତ୍ତଳ କବାଟ ତିଆରି କରି ଶ୍ରୀମନ୍ଦିର ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଶାଗୁଆନ କାଠ ଫ୍ରେମ ଉପରେ ବ୍ରାସ୍ ଆଚ୍ଛାଦନ ହୋଇଛି । ପ୍ରାୟ ୩ କ୍ୱିଣ୍ଟାଲ ବ୍ରାସ୍ ଏଥିରେ ଲାଗିଛି । ତେବେ ପୂର୍ବରୁ ସିଂହଦ୍ଵାର ରୂପା ଛାଉଣୀ କରାଯାଇଥିଲା । ଅନ୍ୟ ତିନି ଦ୍ୱାର ମଧ୍ୟ ରୂପା ଛାଉଣୀ ହେବାର ପ୍ରସ୍ତାବ ରହିଛି । ହେଲେ ହଠାତ୍ ଜଣେ ଭକ୍ତ ଉତ୍ତର ଦ୍ୱାର ପିତ୍ତଳ ଛାଉଣୀ କରିବାକୁ ଇଚ୍ଛା ପ୍ରକାଶ କରି ପିତଳର ଦ୍ୱାର ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଥିଲେ । ଏହି ଦ୍ୱାର କଟକ ନିକଟସ୍ଥ ତାରପୂର ବରତି ଗ୍ରାମରେ ପ୍ରସ୍ତୁତ କରାଯାଇଛି। କାରିଗର ପ୍ରମୋଦ ଓଝାଙ୍କ ସହ ସହଯୋଗୀମାନେ ମିଶି ୩ ମାସ ଧରି ଦ୍ୱାରର ନିର୍ମାଣ କରିଥିଲେ। ପୁରୁଣା କବାଟକୁ ପରିବର୍ତନ କରି ପିତ୍ତଳ କବାଟ ଆଜିଠାରୁ ଲଗା ଯିବ ତେବେ ଏହି ପିତ୍ତଳ କବାଟ ଲାଗି କାର୍ଯ୍ୟ ତିନିଦିନରେ ସମାପ୍ତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।