ବ୍ୟୁରୋ : ଚାକିରିଆଙ୍କ ପାଇଁ ଖୁସି ଖବର । ଦେଶରେ ଲାଗୁ ହେବାକୁ ଯାଉଛି ନୂଆ ଶ୍ରମ ଆଇନ । ସପ୍ତାହକୁ ଗୋଟିଏ ଦିନ ବଦଳରେ ମିଳିବ ତିନି ଦିନ ଛୁଟି । ୯୦ ପ୍ରତିଶତ ରାଜ୍ୟ ଏହି ଆଇନ ପାଇଁ ପ୍ରସ୍ତୁତ ଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଦେଶରେ କାମ କରୁଥିବା ଶ୍ରମିକଙ୍କ ସାମାଜିକ ନ୍ୟାୟ ତଥା ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର କାର୍ଯ୍ୟ କରରୁଛନ୍ତି ।

ସୂଚନାନୁଯାୟୀ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ନୂଆ ଶ୍ରମ ଆଇନ ଲାଗୁ ହେବା ପରେ ଅଫିସ ଟାଇମ, ଦରମା, ପିଏଫ ଓ ଅବସର ପର୍ଯ୍ୟନ୍ତ ଥିବା ସମସ୍ତ ନିୟମରେ ପରିବର୍ତ୍ତନ କରାଯିବା । ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ଡାଟାବେଶ ପ୍ରସ୍ତୁତ କରାଯାଉଛି । ଆକଳନ ମୁତାବକ ଦେଶରେ ମୋଟ ୩୮ କୋଟି ଅସଂଗଠିତ ଶ୍ରମିକ କାର୍ଯ୍ୟ କରୁଛନ୍ତି । ଅପରପକ୍ଷେ ନୂଆ ଆଇନ ହେଲେ ଲୋକଙ୍କୁ ଦିନରେ ୧୨ ଘଣ୍ଟା କାମ କରିବାକୁ ପଡିବ । ଏହି ପରି ଭାବରେ ତାଙ୍କୁ ୪ଦିନ କାମ ଓ ୩ ଦିନ ଛୁଟି ମିଳିବ । ଯଦି କମ୍ପାନୀ ତା କର୍ମଚାରୀଙ୍କୁ ନିର୍ଦ୍ଧାରତ ସମୟ ଠାରୁ ଅଧିକା ୩୦ ମିନିଟ କାମ କରାଇବ ତେବେ ତାହା ଓଭର ଡ୍ୟୁଟିରେ ଗଣା ଯିବ । ଏବଂ କର୍ମଚାରୀଙ୍କୁ ପ୍ରତି ୫ ଘଣ୍ଟା ପରେ ୩୦ ମିନିଟ ବ୍ରେକ ଦିଆଯିବ ।