ବିଶ୍ୱର ସବୁଠାରୁ ଦାମୀ ପରିବା , କିଲୋ ପିଛା ୧ଲକ୍ଷ

(ବିହାର ): ଦର୍ଶକ ବନ୍ଧୁ ଆପଣ ଯେତେବେଳେ ମାର୍କେଟକୁ ପରିବା କିଣିବା ପାଇଁ ଯାଇଥିବେ ତେବେ ଅତ୍ୟଧିକ ମାତ୍ରାରେ ୧୦୦ ଟଙ୍କା କିଲୋର ପରିବା କିଣିଥିବେ କିମ୍ବା ୨୦୦ଟଙ୍କା ମଧ୍ୟରେ କିଲୋ ପିଛା । କିନ୍ତୁ ବିଶ୍ୱରେ ଏମିତି କିଛି ପରିବା ଅଛି ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ । ବିହାରରେ ଏମିତି ଏକ ପରିବା ଚାଷ ହେଉଛି ଯାହାର ଦାମ୍ ଏକ ଲକ୍ଷ ଟଙ୍କା । ଏନେଇ
ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆପଣ ଜାଣିବାକୁ ଆଗ୍ରହୀ ହେଉଥିବେ କେମିତି ଏ ପରିବା ,କଣ ଏହାର ମହତ୍ୱ , ନାଁ କଣ ? ତେବେ ଆସନ୍ତୁ ଜାଣିବା :-
ହପ୍ ସୁଟ୍ସ ନାମକ ଏକ ପରିବା ରହିଛି ଯାହା ଏକ ଲକ୍ଷ ଟଙ୍କା ଦାମରେ ବିହାରରେ ଚାଷ ହୋଇଛି । ଏହାକୁ ବିୟରରେ ଫ୍ଲେଭରିଂ ଏଜେଣ୍ଟ ରୂପେ ବ୍ୟବହାର କରାଯାଏ । ତେଣୁ ଏହାର ଦାମ୍ ଆକାଶଛୁଆଁ । ଏହାକୁ ହର୍ବଲ ମେଡିସିନରେ ପ୍ରୟୋଗ ମଧ୍ୟ କରାଯାଏ । କେବଳ ଏତିକି ନୁହେଁ, ଏହାକୁ ପରିବା ରୂପେ ଖାଦ୍ୟ ଭାବେ ମଧ୍ୟ ଗ୍ରହଣ କରାଯାଏ । କୁହାଯାଉଛି ଏହି ପରିବା ଖାଇବା ଦ୍ୱାର ଆମ ଶରୀରରେ ଥିବା କ୍ୟାନ୍ସର ସେଲ୍ସ ନଷ୍ଟ ହୋଇଯାଏ । ଏହା ବିଶ୍ୱର ସବୁଠାରୁ ଦାମୀ ପରିବା ।