ରାତି ହେଲେ ଚାଲୁଛି ଗୋମାଫିଆ ମାନଙ୍କର ରାଜ

ବାଲେଶ୍ଵର/ଶରତ ନାୟକ : ରାତି ହେଲେ ଗୋମାଫିଆ ମାନଙ୍କର ରାଜ ଚାଲୁଛି l ଭଦ୍ରକରୁ ଖଇରା, ଔପଦା ରାସ୍ତା ଦେଇ ଶହଶହ ଗୋରୁ ଚାଲାଣ ହେଉଛି | ଦୁଇଟି ଥାନା ଦେଇ ଗୋବେପାରୀ ମାନେ ଗାଡ଼ି ଓ ରାସ୍ତାରେ ଚଳାଇ ଚଳାଇ ନେଉ ଯାଉଥିବା ବେଳେ ନିରବ ଦ୍ରଷ୍ଟା ସାଜିଛନ୍ତି l ରାତିରେ ଗୋମାଫିଆ ମାନେ ଗାଡିରେ ଅତି ନୃଶଂସ ଭାବେ ନେଉ ଯାଉଥିବା ବେଳେ ପୋଲିସ ଦେଖଣାହାରୀ ସାଜୁଛି | ବାରମ୍ବାର ଅଭିଯୋଗ ସତ୍ୱେ ବି ପୋଲିସ କାର୍ଯ୍ୟ ଉପରେ ବୁଦ୍ଧିଜୀବି ମହାଲରେ ଅସନ୍ତୋଷ ଦେଖା ଦେଉଛି |