୧୬ ତାରିଖରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ
୧୬ ତାରିଖ ଶନିବାରଠାରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହେବ । ଶ୍ରୀବିଗ୍ରହଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ ।
(ପୁରୀ) : ୧୬ ତାରିଖ ଶନିବାରଠାରୁ ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତିର ଶୁଭାରମ୍ଭ ହେବ । ଶ୍ରୀବିଗ୍ରହଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । ଏଥିସହ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତର ଶୁଭାରମ୍ଭ ହେବ । କାର୍ତ୍ତିକ ହେଉଛି ଶ୍ରେଷ୍ଠ ଧର୍ମ ମାସ ।
ସୂଚନାନୁଯାୟୀ , ସ୍କନ୍ଦ ପୁରାଣ କୁହେ କାର୍ତ୍ତିକ ହେଉଛି ପୁଣ୍ୟ ମାସ । ଚଳିତ ବର୍ଷ ପ୍ରାତଃ ୪ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟି ସାଢ଼େ ୬ଟାରୁ ସାଢ଼େ ୭ଟା ମଧ୍ୟରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । ବାଳଧୂପ ପୂର୍ବାହ୍ଣ ୧୦ଟାରୁ ସାଢ଼େ ୧୦ ଭିତରେ ହେବାକୁ ସମୟ ଧାର୍ଯ୍ୟ ହୋଇଛି ।