କୋରୋନା ଚିକିତ୍ସାରେ ଆଉ ପାଦେ ଆଗେଇଲା ଡିପାର୍ଟମେଣ୍ଟ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ): ବଢୁଥିବା କୋରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନୁତନ ଭାବେ ଦାୟୀତ୍ୱ ନେଇଥିବା ବିଏମସି କମିଶନର ସଞ୍ଜୟ ସିଂ ନେଇଛନ୍ତି ଏକ ବଡ଼ ପଦକ୍ଷେପ । ଆମ୍ବୁଲାନ୍ନ୍ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ରୋଗୀମାନଙ୍କୁ କ୍ଷଣିକରେ ମିଳିବ ଆମ୍ବୁଲାନ୍ସର ସୁବିଧା । ମାତ୍ର ଗୋଟିଏ ଫୋନକଲରେ ଯଥାଶୀଘ୍ର ରୋଗୀଙ୍କ ପାଖରେ ପହଞ୍ଚାଇବା ଏବଂ ଡାକ୍ତରଖାନା ବାହାରେ ଅପେକ୍ଷା କରୁଥିବା ରୋଗୀଙ୍କ ଉପରେ ସେ ନଜର ରଖାଯିବା ପାଇଁ କରାଯାଉଛି ସୁବ୍ୟବସ୍ତା । ଏଣିକି କୋଭିଡ ରୋଗୀଙ୍କ ନିମନ୍ତେ ସେବାରେ ଜାରି ହୋଇଥିବା ଆମ୍ବୁଲାନ୍ସ ଗାଡ଼ିରେ ଲାଗିବ ଜିପିଏସ । ଯହାଦ୍ୱାରା ସହଜରେ ଆମ୍ବୁଲାନ୍ସକୁ ଟ୍ରାକ କରାଯାଇପାରିବ ।
ରାଜଧାନୀରେ କୋରୋନା ରୋଗୀଙ୍କ ପାଇଁ ମୋଟ ୬୪ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ବେଳେ ଏଥିରୁ ୪୦ଟି ଗାଡ଼ିରେ ଜିପିଏସ ଲଗା ସରିଛି । ତେବେ ବାକି ଆମ୍ବୁଲାନ୍ସ ଗୁଡ଼ିକରେ ମଧ୍ୟ ଜିପିଏସ ଲଗାଇବା ପାଇଁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଟୋଲଫ୍ରି ନମ୍ବର ୧୯୨୯କୁ କଲ ଆସିବା ପରେ ସଂକ୍ରମିତଙ୍କ ପରିସ୍ଥିତିକୁ ଲକ୍ଷ କରି ତାଙ୍କୁ କୋଭିଡ କେୟାର ହସ୍ପିଟାଲ କିମ୍ବା କୋଭିଡ କେୟାର ସେଣ୍ଟରକୁ ପଠାଯିବାର ବନ୍ଦୋବସ୍ତ କରାଯିବ । ତେବେ ସଂକ୍ରମିତ ବଢୁଥିବାରୁ ପ୍ରତ୍ୟେକ ଜୋନରେ ଚାଲୁଥିବା ୩ ଟି ଆମ୍ବୁଲାନ୍ସରୁ ୧୦କୁ ବୃଦ୍ଧି କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।
ଏହି ସେବାକୁ ନିୟନ୍ତ୍ରଣ କରିବା ପାଇଁ ଜୋନାଲ କଣ୍ଟ୍ରୋଲ ରୁମ ତିଆରି କରାଯିବ । ଏଥିରେ ଜଣେ ଓଆରଏସ ଅଫିସର, ଜଣେ ଓଏଏସ ଏବଂ ଜଣେ ଡିଇଓଙ୍କୁ ନିୟୋଜିତ କରାଯିବ । ଏହି ସେବା ଦ୍ୱାରା କୋରୋନା ରୋଗୀଙ୍କ ସେବା ଆହୁରି ତ୍ୱରାନ୍ୱିତ କରାଯାଇପାରିବ ବୋଲି ବିଏମସି କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି ।