ଯାଜପୁର : ସରକାରୀ କ୍ୱାର୍ଟରରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ସରକାରୀ ଯନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବ୍ଲକର କନିଷ୍ଠ ଯନ୍ତ୍ରୀ ବ୍ରହ୍ମାନନ୍ଦ ପଣ୍ଡା ଗୁରୁବାର ସନ୍ଧ୍ୟାରେ ବ୍ଲକରୁ ମିଟିଂ ସାରି କ୍ୱାର୍ଟରକୁ ଫେରିଥିଲେ । ତା ପରେ ଘରେଥିବା ବେଳେ କେହି ଜଣେ କର୍ମୀ ତାଙ୍କ ଘରକୁ ଯାଇ କବାଟ ବାଡେଇଥିଲେ ମଧ୍ୟ ବ୍ରହ୍ମାନନ୍ଦ କବାଟ ଖୋଲି ନଥିଲେ । ସନ୍ଦେହ ଉପୁଜିବାରୁ ଷ୍ଟାଫ ଜଣକ ଝରକା ପଟେ ଦେଖିବାକୁ ପାଇଲେ ଯେ, ବ୍ରହ୍ମାନନ୍ଦ ତଳେ ପଡ଼ିରହିଛନ୍ତି । ଷ୍ଟାଫ୍ ଜଣକ ଅନ୍ୟମାନଙ୍କୁ ଖବର ଦେଇଥିଲେ । ବ୍ରହ୍ମାନନ୍ଦଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।