ଡଙ୍ଗା ପୂଜନ ଉତ୍ସବ ଅନୁଷ୍ଠିତ

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ମହାନଦୀର ଲଙ୍କେଶ୍ୱରୀ ଘାଟରେ ପାରମ୍ପାରିକ ଡଙ୍ଗା ପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଉତ୍କଳୀୟ ନୌବାଣିଜ୍ୟର ସଜଳ ସ୍ମୃତିରେ ଆୟୋଜିତ ଉତ୍ସବରେ ଘାଟରେ ଥିବା ଡଙ୍ଗାଗୁଡିକୁ ପୂଜା କରାଯାଇଥିଲା । ସୁବର୍ଣ୍ଣପୁର ନାବିକ କଲ୍ୟାଣ ସମିତି ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ସ୍ଥାନିୟ ନାବିକ ମାନେ ସାମିଲ ହୋଇ ଗଙ୍ଗାମାତାକୁ ପୂଜା କରିଥିଲେ । କରୋନା କଟକଣା ଯୋଗୁଁ ଦିର୍ଘ ୫୭ ବର୍ଷ ଧରି କାର୍ତିକ ପୂର୍ଣ୍ଣିମା ଦିନ ଏଠି ହୋଇ ଆସୁଥିବା ରାଜ୍ୟ ସ୍ତରିୟ ନୌଚାଲନା ପ୍ରତିଯୋଗିତାକୁ ବାତିଲ କରାଯାଇଛି । ତେବେ ପରମ୍ପରାକୁ ବଜାୟ ରଖିବା ଲକ୍ଷ୍ୟରେ ଲଙ୍କେଶ୍ୱରୀ ଗଣ୍ଡରେ କିଶୋର ମାନଙ୍କ ଦ୍ୱାରା ନୌଚାଳନାର କଳା କୌଶଳ ପ୍ରଦର୍ଶିତ ହୋଇଥିଲା ।