କଟକ : ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦ ରେ କଟକ ଗ୍ରାମାଞ୍ଚଳ ଏସ ପି ଅଫିସ ସମ୍ମୁଖରେ ବିଜେପିର ଗଣଧାରଣା। ଆଜି ରାଜ୍ୟବ୍ୟାପୀ ବିଜେପିର ପ୍ରତିବାଦ ଚାଲିଥିବା ବେଳେ ସମାନ ଢଙ୍ଗରେ କଟକରେ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ବିନେପି ନେତା ମାନେ।
ଏହା ସହ ସ୍ଥାନୀୟ ବିଡ଼ିଓ ଙ୍କୁ ତୁରନ୍ତ ଗିରଫ କରିବା ସହ ବିଧାୟକଙ୍କୁ ଖଲାସ କରିବା ଦାବିରେ ଗ୍ରାମାଞ୍ଚଳ ଏସ ପିନ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି।