ଡୁଙ୍ଗୁରିପାଲି / ସଞ୍ଜୁ- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରର ଏକ ଗହଣା ଦୋକନରୁ ଚୋରି ହୋଇଥିାବା ଅଭିଯୋଗ ହୋଇଛି ।ଏହିଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସୁନା ଦୋକାରୁ୩୫୦ ଗ୍ରାମ ୩୫୦ ଗ୍ରାମ ସୁନା ଜବତ ହୋଇଛନ୍ତି ।ଯାହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷରୁ ଅଧିକ ।
ଗତକାଲି ଶ୍ରୀକ୍ରିଷ୍ଣା ଜୁଏଲର୍ସର ପଛ ପଟ କାନ୍ଥ ଭାଙ୍ଗି ଚୋରମାନେ ଏହି ସୁନା ଚୋରି କରିଛନ୍ତି। ଚୋରି ସୁନାର ଆନୁମାନିକ ମୂଲ୍ୟ ୧୭ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କୁହାଯାଇଛି।
ଶ୍ରୀକ୍ରିଷ୍ଣା ଜୁଏଲର୍ସର ମାଲିକ ପୀତାମ୍ବର ସାହୁ ଏନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଦିନ ୨ଟାରେ ଦୋକାନ ବନ୍ଦ କରି ଘରକୁ ଖାଇବାକୁ ଯାଇଥିବା ବେଳେ ପଛ ପଟ କାନ୍ଥ ଭାଙ୍ଗି ଚୋରମାନେ ଏହି ସୁନା ଚୋରି କରିଛନ୍ତି। ସେ ସନ୍ଧ୍ୟା ସାଢେ ୫ଟା ବେଳେ ଦୋକାନ ଖୋଲିବା ବେଳେ ଏହା ଦେଖିବାକୁ ପାଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଚୋରମାନଙ୍କୁ ଧରିବା ପାଇଁ ପୁଲିସ ତନା ଘନା ଉଦ୍ୟମ ଜାରି ରଖିଥିବା ପ୍ରକାଶକ୍ଷ ଡୁଙ୍ଗୁରିପାଲି ବଣିକ ସଂଘ ଥାନାକୁ ଯାଇ ଉକ୍ତ ଚୋରି ଘଟଣାରେ ଉଦବେଗ ପ୍ରକାଶ କରି ତୁରନ୍ତ ଚୋରମାନଙ୍କୁ ଧରିବା ପାଇଁ ଦାବି କରିଛି