ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୩ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ । ଏହି ୩ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟର ଆକ୍ଟିଭ କେସ ୮ ରେ ପହଁଚିଲା । ସପ୍ତାହକ ମଧ୍ୟରେ ସଂଖ୍ୟା ବଢି ୮ ରେ ପହଞ୍ଚିଛି । ଗତ ଶନିବାର ରାଜ୍ୟରେ ପ୍ରଥମ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟର ସ୍ଥିତି କୁ ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ରଖିଛି। ସବୁ ଜିଲ୍ଲା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କୋଭିଡ ଟେଷ୍ଟ କୁ ବଢାଇବା ପାଇଁ । ବର୍ତ୍ତମାନ ସୁଦ୍ଧା ଯେଉଁ ୮ ଜଣ ସଂକ୍ରମିତ ବା ଆକ୍ଟିଭ କେସ ରହିଛି ସମସ୍ତେ ହୋମ ଆଇସୋଲେସନ ରେ ଅଛନ୍ତି । ହସ୍ପିଟାଲରେ କେହି ନାହାନ୍ତି । ତେଣୁ ଆତଙ୍କିତ ହେବା ଭଳି କିଛି ସ୍ଥିତି ନାହିଁ । ଆଗକୁ ଆହୁରି ବଢିବ କି ନାହିଁ ବର୍ତ୍ତମାନ ଆକଳନ କରି ହେବ ନାହିଁ । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ। ତଥାପି ଯଦି ବଢେ ତେବେ କୌଣସି ଭୟାବହ ସ୍ଥିତି ହେବ ସେ ଆଶଙ୍କା କମ ରହିଛି ।