ମୁମ୍ବାଇ: ଆଇଏନଏସ୍ ୱାଗିରକୁ ଆଜି ମୁମ୍ବାଇରେ କଳବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଆଇଏନଏସ୍ ୱାଗିର ନୌସେନାର ଆଇଏସଆର୍ ଓ ସ୍ବତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ। ମୁମ୍ବାଇସ୍ଥିତ ଫରାସୀ ବୈଷୟିକ ଜ୍ଞାନକୌଶଳରେ ମାଜାଗାଓଁ ଡକ୍ ସିପବିଲଡର୍ସ ଲିମିଟେଡ ଦ୍ବାରା ନିର୍ମିତ ଆଇଏନଏସ୍ ୱାଗିରର ସାମିଲ ଉତ୍ସବରେ ଚିଫ ଅଫ ନାଭାଲ ଷ୍ଟାଫ ଆଡମିରାଲ ଆର ହରି କୁମାର ଯୋଗ ଦେଇଥିଲେ । ଏହାକୁ ନେଇ ନୌସେନା କହିଛି ଶତ୍ରୁକୁ ତଡିଦେଇ ଭାରତର ସାମୁଦ୍ରିକ ସ୍ୱାର୍ଥ ସୃଦୁଢ କରିବା ପାଇଁ ନୌସେନାର ସାମର୍ଥ୍ୟ ବୃଦ୍ଧି କରିବା ସହିତ ଏହି ବୁଡ଼ାଜାହାଜ ସଙ୍କଟ ସମୟରେ ନିର୍ଣ୍ଣାୟକ ଆକ୍ରମଣ କରିବା ଲାଗି ଇଣ୍ଟେଲିଜେନସ ସର୍ଭିଲେନସ୍ ଏବଂ ରିକୋନେସାନସ ପରିଚାଳନା କରିବ।