ଢେଙ୍କାନାଳ– ସରକାରୀ କ୍ୱାର୍ଟର୍ସରୁ ଜଣେ ଠିକା ପିଅନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ନାଁ ସ୍ରୂ୍ୟ୍ୟକାନ୍ତ ସ୍ୱାଇଁ । ଢେଙ୍କାନାଳ ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
ସୂଚନାଅନୁସାରେ , ଆଜି ସକାଳେ ବେକରେ ଗାମୁଛା ବନ୍ଧା ହୋଇଥିବା ଅବସ୍ଥାରେ ଝରକା ରୋଲିଂରୁ ପିଅନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଜିଲ୍ଲା ଯୋଜନା କାର୍ୟ୍ୟାଳୟର ଠିକା ପିଅନ ଥିଲେ ସୂର୍ୟ୍ୟକାନ୍ତ। ବାପାଙ୍କ ମୃତ୍ୟୁ ପରେ ସେ ପିଅନ ଭାବେ ଠିକା ନିଯୁକ୍ତି ପାଇଥିଲେ। ଗତ ମାର୍ଚ୍ଚ ମାସରେ ତାଙ୍କୁ ଚାକିରିରୁ ଛଟେଇ କରାଯାଇଥିଲା। ସେବେଠୁ ସେ ଡିପ୍ରେସନରେ ରହୁଥିଲେ। ତେଣୁ ଚାକିରି ଚାଲିଯିବାରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସୂର୍ୟ୍ୟକାନ୍ତଙ୍କ ପତ୍ନୀ କହିଛନ୍ତି। ତେବେ ମୃତଦେହ ତଳେ ଲାଗି ଥିବାରୁ ମୃତ୍ୟୁର କାରଣକୁ ନେଇ ଭିନ୍ନଚର୍ଚ୍ଚା ହେଉଛି ଓ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।