ତେଜ ବାହାଦୂରଙ୍କ ପ୍ରାର୍ଥୀ ପତ୍ର ଖାରିଜ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏସପି ପ୍ରାର୍ଥୀ କରିଥିବା ନିଲମ୍ବିତ ଯବାନ ତେଜ ବାହାଦୁର ଯାଦବଙ୍କ ପ୍ରାର୍ଥୀପତ୍ର ଖାରଜ । ନିଲମ୍ବନକୁ ନେଇ ଅଲଗା ଅଲଗା ତଥ୍ୟକୁ ନେଇ ତାଙ୍କ ପ୍ରାର୍ଥୀପତ୍ର ଖାରିଜ ହୋଇଛି ।
ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ଦୁଇଟି ନୋଟିସର ଜବାବ ଦେବା ପାଇଁ ବୁଧବାର ସକାଳ ୧୧ଟାରେ ତେଜ ବାହାଦୁର ନିଜ ଓକିଲଙ୍କ ସହ ଆରଓରେ ପହଞ୍ଚିଥିଲେ। ଏହାପରେ ନିର୍ବାଚନ ଅଧିକାରୀ ତେଜ ବାହାଦୁରଙ୍କ ପ୍ରାର୍ଥୀ ପତ୍ର ଖାରଜ କରିଛନ୍ତି ।
ତେଜଙ୍କ ପ୍ରାର୍ଥୀପତ୍ର ଖାରଜ ହେବା ପରେ ଏବେ ଶାଲିନୀ ଯାଦବ ଏସପି ପ୍ରାର୍ଥୀ ଭାବେ ମୋଦୀଙ୍କ ବିରୋଧର ନିର୍ବାଚନ ଲଢିବେ । ନାମାଙ୍କନ ପତ୍ରର ନୋଟିସର ଜବାବ ଦେବାକୁ ଯାଇଥିବା ସମୟରେ ତେଜ ବାହାଦୁରଙ୍କ ସମର୍ଥକ ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ପୁଲିସ ସମର୍ଥକମାନଙ୍କୁ କୋର୍ଟ ପରିସରରୁ ବାହାର କରିଥିଲା ।

..