୬ଟି ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳପଥ ବିଭାଗ

ତାଳଚେର ରୋଡ୍‌ ଓ ଅନୁଗୁଳ ମଝିରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବାରୁ ଗୁରୁବାର ୬ଟି ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳପଥ ବିଭାଗ ।

(ତାଳଚେର) : ତାଳଚେର ରୋଡ୍‌ ଓ ଅନୁଗୁଳ ମଝିରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବାରୁ ଗୁରୁବାର ୬ଟି ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳପଥ ବିଭାଗ । ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲକୁ ଉଭୟ ରାଉରକେଲା ଓ ଭୁବନେଶ୍ୱରର ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଓ ରାଉରକେଲା-ପୁରୀ ସ୍ପେଶାଲକୁ ମଧ୍ୟ ଉଭୟ ଦିଗରୁ ବାତିଲ କରାଯାଇଛି ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ କହିଛନ୍ତି ।

ସୂଚନାନୁଯାୟୀ , ପୁରୀ-ଇନ୍ଦୋର ସ୍ପେଶାଲ ୧୬ ତାରିଖ ଭୋର୍‌ ୩ଟା ପରିବର୍ତ୍ତେ ସକାଳ ୭ଟାରେ ଛାଡ଼ିବ । ଲାଇନଚ୍ୟୁତ ୧୦ଟି ଯାକ ୱାଗନ୍‌ ପୁଣି ଟ୍ରାକ୍‌କୁ ଅଣାଯିବା ସହିତ ଲୋକୋମୋଟିଭ୍‌କୁ ନିରାପଦ ଭାବେ ଅବସ୍ଥାପିତ କରିବାକୁ ଉଦ୍ୟମ କରାଯାଇଛି ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ କହିଛନ୍ତି । ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲକୁ ଉଭୟ ରାଉରକେଲା ଓ ଭୁବନେଶ୍ୱରର ବାତିଲ କରାଯାଇଛି ।