ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଲେ ତାରା; ପଏଣ୍ଟ ଅଫ ଅର୍ଡର ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର: ବିଧାନସଭାରେ ପୁଣି ହଙ୍ଗାମା । ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଲେ କଂଗ୍ରେସ ନେତା ତାରା ବାହିନୀପତି । ଗୃହରେ ସୁରକ୍ଷାକର୍ମୀ- ତାରା ବାହିନୀପତି ମୁହାଁମୁହିଁ ହୋଇଥିବା ଜଣା ପଡ଼ିଛି । ସେପାଟେ ପଏଣ୍ଟ ଅଫ ଅର୍ଡର ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ । ସେ କହିଲେ ବାଚସ୍ପତିଙ୍କ ଆଚରଣ ବିରୋଧୀଙ୍କ ପ୍ରତି କଠୋର ରହୁଛି । ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖାଯାଉନି । କଂଗ୍ରେସର କଣ୍ଠରୋଧ କରାଯାଉଛି ବୋଲି କହିଲେ ବିଧାୟକ ।