ଦୀପାବଳି ପୂର୍ବରୁ ପିଏମ୍ ମୋଦୀଙ୍କୁ ଭେଟିଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ। ସେ ନିଜ ପତ୍ନୀ ଦେବିଶା ସେଟ୍ଟୀ, ଝିଅ ରିଦ୍ଧିମା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ।

ଏହି ସାକ୍ଷାତର ଏକ ସୁନ୍ଦର ଭିଡିଓ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଭିଡିଓରେ ସୂର୍ଯ୍ୟକୁମାରଙ୍କ ପରିବାର ସହ ମୋଦୀଙ୍କ ହସଖୁସିର ମୁହୂର୍ତ୍ତ ଦେଖିବାକୁ ମିଳିଛି। ଏହାସହ ଜଣେ କୁନି ଝିଅର ଭଜନ ଗାନ ଶୁଣି ମନ୍ତ୍ରମୁଗ୍ଧ ହୋଇଥିଲେ ପ୍ରଧାନମନ୍ତ୍ରୀ।

ଏହି ସାକ୍ଷାତ ସମୟରେ ସୂର୍ଯ୍ୟକୁମାର ଯାଦବ ଭାରତର ୨୦୨୬ ଟି-୨୦ ବିଶ୍ୱକପ୍ ବିଜୟର ସ୍ୱର୍ଣ୍ଣ ପଦକ ମଧ୍ୟ ମୋଦୀଙ୍କୁ ଦେଖାଇଥିଲେ। ଏହି ବିଶେଷ ମୁହୂର୍ତ୍ତକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ଭିଡିଓ ସହ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଦୀପାବଳିର ମାହୋଲରେ ରାମ ଓ ସରଯୂଙ୍କ ଆଗମନ ଏହି ପର୍ବର ପରିବେଶକୁ ଆହୁରି ପବିତ୍ର ଓ ଦିବ୍ୟ କରିଦେଇଛି।