ଆଜିଠୁ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ୪୦ ଟପି ୪୩ ଡିଗ୍ରୀ ଛୁଇଁପାରେ ପାରଦ । ପଶ୍ଚିମ ଓଡିଶାର ଉତ୍ତପ୍ତ ସହର କୁହାଯାଉଥିବା ସୁନ୍ଦରଗଡ଼, ଦେବଗଡ଼, ନୟାଗଡ଼, ସୋନପୁର ଆଦି ଜିଲ୍ଲାରେ ୪୨ ଡିଗ୍ରୀରେ ପାରଦ ପହଞ୍ଚିପାରେ । ସେହିପରି ସେଠାକାର ଅନ୍ୟ କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିପାରେ ତାପମାତ୍ରା । ଏହା ସହିତ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆସନ୍ତା ୧୧ ତାରିଖ ପର୍ୟ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ତେବେ ଆସନ୍ତାକାଲି କିଛି ଜିଲ୍ଲାରେ ୪୩ ଡିଗ୍ରି ଉପରେ ପାରଦ ରହିପାରେ । କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ପୁଣି ପାରଦ ଉପରମୁହାଁ ହେଲେ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇବ ତାତି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ମଧ୍ୟମ ରୁ ହାଲୁକା ଧରଣର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।