ମହାଳୟା ଉପଲକ୍ଷେ ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ ପଟ୍ଟନାୟକ

ପୁରୀ /ସଞ୍ଜୟ  ମହାପାତ୍ର : ଆଜି ପବିତ୍ର ମହାଳୟା। ଆଜିଠାରୁ ଶ୍ରୀମନ୍ଦିରରେ ଦୁର୍ଗାମାଧବ ଉପାସନା। ଦୁର୍ଗାମାଧବ ସ୍ୱତନ୍ତ୍ର ରଥାକୃତିର ବିମାନରେ ଦୋଳମଣ୍ଡପ ସାହୀର ନାରାୟଣୀ ମନ୍ଦିରକୁ  ପନ୍ଦରଦିନ ଧରି  ବିଜେ କରିବାର ପରମ୍ପରା ରହିଛି। ଏହି ଅବସରରେ ମାଆ ଦୁର୍ଗତି ନାଶିନି ମାଆ ଦୁର୍ଗା ଧରାବତରଣ କରନ୍ତି। ସବୁଠି ଦୁର୍ଗାଙ୍କୁ ଆବାହନ କରାଯାଉଛି। ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ ମାଆ ଦୁର୍ଗାଙ୍କର ଏକ ବାଲୁକାକୃତି ଗଢିଛନ୍ତି। ସେଓ, ପିଜୁଳି, କଦଳୀ, ସପୁରୀ, କାକୁଡି, ଅଙ୍ଗୁର, ନାସପାତି, ଆଦି ଅନେକ ପ୍ରକାରର ଫଳ ବ୍ଯବହାର କରି ଏହି କଳାକୃତିଟି ପ୍ରସ୍ତୁତ କରିଛନ୍ତି। ମହାଳୟା ଉପଲକ୍ଷେ ଏହି ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ।