ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦଇତାପତି ଓଷ ଲାଗି କରିବେ

ଚାଲିଛି ବିଶ୍ୱ ନିଅନ୍ତାଙ୍କ ଅଣସର ସେବା । ଶ୍ରୀଅଙ୍ଗ ସେବକ ଭାବେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ମନପ୍ରାଣ ଦେଇ ଲାଗିପଡ଼ିଛନ୍ତି ଦଇତପତି ସେବକ । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି କରାଯାଇଥିଲା । ଆଜି ଅଣସରର ଷଷ୍ଠୀ ତିଥିରେ ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦଇତାପତି ଓଷ ଲାଗି କରିବେ ।

lord jagannath osa lagi ritual

ଅଣସର ପିଣ୍ଡିରେ ଦଇତା ପତି ସେବକ ମାନେ ଶ୍ରୀଜିଉଙ୍କ ଉପଶମ ନେଇ କରୁଛନ୍ତି ଗୁପ୍ତ ସେବା ଓ ଉପଚାର । ଶ୍ରୀଜିଉଙ୍କ ଜ୍ବର ଉପଶମ ପାଇଁ ଶ୍ରୀମନ୍ଦିରରେ ଗୁପ୍ତ ସେବା ଚାଲିଛି । ଅଣସର ଘରେ ଅବସ୍ଥାନ କରିଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଗତକାଲି ଫୁଲୁରୀ ତେଲ ଲାଗି ହୋଇଥିବା ବେଳେ ଆଜିଠୁ ବିଭିନ୍ନ ଔଷଧୀୟ ଉପଚାର କରାଯିବ । ସୁଦ୍ଧସୁଆର ସେବକ ମାନେ ଝୁଣାକୁ ବାଟି ସେଥିରେ ତେଲ, କର୍ପୁର ଆଦି ମିଶ୍ରଣ କରି ଓଷ ପ୍ରସ୍ତୁତ କରନ୍ତି । ଏହାକୁ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରନ୍ତି । ଯାହାଦ୍ୱାର ମହାପ୍ରଭୁ ସୁସ୍ଥ ଅନୁଭବ କରନ୍ତି ବୋଲି ବିଶ୍ୱାସ ରହିଛି ।\

1,000+ Puri Temple Stock Photos, Pictures & Royalty-Free Images - iStock